ବାବୁସାନଙ୍କ ପତ୍ନୀଙ୍କୁ ପୋଲିସର ନୋଟିସ

181

ଦିନକୁ ଦିନ ନୂଆ ମୋଡ ନେଉଛି ବାବୁସାନ-ପ୍ରକୃତି ଘଟଣା । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କୁ ଖାରବେଳନଗର ଥାନା ପୋଲିସର ନୋଟିସ । ସିଆରପିସି ଧାରା ୪୧କ ଅନୁସାରେ ତୃପ୍ତିଙ୍କୁ ନୋଟିସ ଆସିଥିବା ଜଣାପଡ଼ିଛି । ତେବେ ପ୍ରକୃତିଙ୍କ ମା କ୍ରିସ୍ନାପ୍ରିୟା ମିଶ୍ରଙ୍କ ଅଭିଯୋଗ ଆଧାରରେ ତୃପ୍ତିଙ୍କୁ ପୋଲିସ ପଚରା ଉଚୁରା କରିବା ପରେ ସିଆରପିସି ଧାରା ୪୨ ରେ ନୋଟିସ ପଠାଯାଇଛି । ପୂର୍ବରୁ ତୃପ୍ତିଙ୍କ ବାପାଙ୍କୁ ମଧ୍ୟ ସିଆର୍‌ପିସି ଧାରା ୪୧ (କ) ରେ ନୋଟିସ ଦେଇଥିଲା ପୋଲିସ । ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ପ୍ରାକ୍ରୁତୀଙ୍କୁ ମାଡ଼ ମାରିଲେ ପତ୍ନୀ । ପ୍ରକୃତିଙ୍କ ଚୁଟିକୁ ଟାଣି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ଠେଲାପେଲା କରିଥିଲେ ତୃପ୍ତି । ବାବୁଶାନଙ୍କ ସହ ଖରାପ ସମ୍ପର୍କ ରହିଛି ବୋଲି ମଧ୍ୟ କହିଥିଲେ । ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ବାବୁଶାନଙ୍କ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ତାଙ୍କୁ ବି ମାଡ଼ ମାରିଥିଲେ । ତେବେ ଏହି ଘଟଣାଟି ରାଜଧାନୀର ବିଚରାସ୍ତାରେ ଘଟିବା ପରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ନାଁରେ ଅଭିଯୋଗ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ବାବୁସାନ୍‌ଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତ ମହାନ୍ତି ଓ ବୋହୂ ତୃପ୍ତି ଯାଇ ଖାରବେଳ ନଗର ଥାନାରେ ପ୍ରକୃତି ମିଶ୍ରଙ୍କ ବିରୁଧରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ତେବେ ଆଜି ଖାରବେଳ ବାଗର ପୋଲିସ ବାବୁଶାନଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କୁ ନୋଟିସ ଜାରି କରିଥିବାର ସୂଚନା ରହିଛି । ଏହା ସହିତ ବାବୁସାନ ଓ ପ୍ରକୃତିଙ୍କୁ ମଧ୍ୟ ଫୋନ୍‌ ଯୋଗେ ପୋଲିସ ଦ୍ୱାରା ନୋଟିସ୍‌ ଜାରି କରାଯାଇଛି । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି କମିଶନରେଟ୍ ପୋଲିସ ।

Leave A Reply

Your email address will not be published.