ମାଲକାନଗିରି, ୧ ସେପ୍ଟେମ୍ବର – ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମୋତି ଗୋଲରୀ। ସେ ଗତକାଲି ଠାରୁ ନିଖୋଜ ଥିବାବେଳେ ଆଜି ସକାଳୁ ତାଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ଗତକାଲି ଅପରାହ୍ନ ୩ ଟା ବେଳେ ଧାକଡ଼ପଦରଠାରୁ ଯନ୍ତରୀ ଗ୍ରାମକୁ ଏକ ଦେଶୀ ଡଙ୍ଗାରେ ସ୍ଵାମୀ ଅର୍ଜୁନ ଗୋଲରୀ ଓ ସ୍ତ୍ରୀ ମୋତି ଗୋଲରୀ ଫେରୁଥିବା ବେଳେ ଅଚାନକ ଝଡ଼ତୋଫାନ ହୋଇଥିଲା। ଯାହାଫଳରେ ଡଙ୍ଗାଟି ବୁଡ଼ିଯାଇଥିଲା। ଡ଼ଙ୍ଗା ବୁଡି ଯୋଗୁଁ ସ୍ତ୍ରୀ ମୋତି ନିଖୋଜ ଥିବାବେଳେ ସ୍ଵାମୀ ପହଁରି ପହଁରି ନଦୀକୂଳରେ ପହଞ୍ଚିଥିଲେ । ଖବର ପାଇ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆଜି ସକାଳୁ ନିଖୋଜ ଥିବା ମୋତି ଗୋଲରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚିତ୍ରକୋଣ୍ଡା ପଠାଇଛି।