କୋରାପୁଟ : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି କୁ ନିଆ ଲଗେଇ ପୋଡିବା ଘଟଣା ରେ କୋରାପୁଟ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। କୋରାପୁଟ ବିଜୁଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରୁ ଏକ ରାଲି ବହାରି ବିଜୁ ଜନତା ଦଳର ନେତା କର୍ମୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ପୋହଁଚିଥିଲେ । ସେଠାରେ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବିଜୁ ବାବୁ ହେଉଛନ୍ତି ପ୍ରବାଦ ପୁରୁଷ। ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି କୁ ପଡିଥିବା ଦୃର୍ବୁତ୍ତ କୁ ଅତି ଶୀଘ୍ର ଧରାଯାଉ। ରାଜ୍ୟ ରେ ଆଇନ ଶୃଙ୍ଖଳ ବିଗିଡି ଗଲାଣି। ଦୃର୍ବୁତ୍ତ ଙ୍କୁ ଅତି ଶୀଘ୍ର ଗିରଫ କରି ଦୃଢ କାର୍ଯ୍ୟ ନୁଷ୍ଟାନ ନେବା ପାଇଁ ବିଜୁ ଜନତା ଦଳ ର ନେତା ପ୍ରତିକ୍ରିୟା ରଖିଛନ୍ତି। ଆଜିର ଏଇ ରାଲି ରେ ଜିଲ୍ଲା ସଭାପତି ଝିନ ହିକକା ଙ୍କ ସହ ପୁର୍ବତନ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପୂର୍ବତନ ମନ୍ତ୍ରି ରବି ନାରାୟଣ ନନ୍ଦ କୋରାପୁଟ ର ପୁର୍ବତନ ବିଧାୟକ ରଘୁରାମ ପୋଡ଼ା ଳ ବିଜୁ ଜନତା ଦଳ ଯୁବ ସଭାପତି ଲଲାଟ ରଞ୍ଜନ ସେଠୀ ଙ୍କ ସହ ଅନେକ ବିଜୁ ଜନତା ଦଳରେ କାଉନସିଲର ନେତା ଓ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.