ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତି

149

ରାଷ୍ଟ୍ରପତି ଭବନରେ ଆଉ ଜଣେ ଓଡ଼ିଆ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାର ମନ୍ତ୍ରୀ ଥିଲେ । ସେହି ସମୟରେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ତଥା ଅଫିସ ଅନ ସ୍ପେଶାଲ ଡିଉଟି ଭାବେ ନିଯୁକ୍ତି ପାଇଥିଲେ । ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦ୍ରୌପଦୀ ମୁର୍ମୁ ୨୦୦୦ ଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ପରିବହନ, ବାଣିଜ୍ୟ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ସେହିପରି ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ସଚିବ ଥିଲେ । ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା । ସାହିତ୍ୟ ପ୍ରତି ରୁଚି ରଖୁଥିବା ପଣେ ମହାନ ବ୍ୟକ୍ତିତ୍ୱ । ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି । ;ଚାକିରୀ ପୂର୍ବରୁ ସେ ଛାତ୍ର ନେତା ଥିଲେ । ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ । ସେହି ସମୟରେ ଶ୍ରୀ ନାୟକ ତାଙ୍କ କଲେଜ ସମୟରେ ଜଣେ ପରିଚିତ ଛାତ୍ର ନେତା ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଓ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ ବର୍ତ୍ତମାନ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତି ହେବା ପରେ ତାଙ୍କୁ ଅନେକ ଦିଗରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.