ପାରଳାଖେମୁଣ୍ଡ / ବିହାର ଠାରେ ଥିବା ଏସ୍.ଏସ୍.ବି ର ବୀରପୁର ତାଲିମ କେନ୍ଦ୍ରରେ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ତିନି ଜବାନଙ୍କ ମୃତ୍ୟୁ ଘଟିଛି। ତାଲିମ କେନ୍ଦ୍ର ମଧ୍ୟ ଦେଇ ଯାଇଥିବା ହାଇଟେନସନ ବିଦ୍ୟୁତ ତାର ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ମୃତ ଜବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗ୍ରାମର ତ୍ରିନାଥ ଶବରଙ୍କ ପୁଅ ପର୍ଶୁରାମ ଶବର ରହିଛନ୍ତି। ଗତ ଏପ୍ରିଲ ମାସରେ ସେ ଏସ୍.ଏସ୍.ବି ଜବାନ ଭାବେ ନିଯୁକ୍ତ ପାଇଥିଲେ। ନିଯୁକ୍ତି ପାଇବା ପରେ ସେ ବିହାରର ସୁପାଲର ବୀରପୁର ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ତେବେ ତାଙ୍କ ମୃତ୍ୟୁ ଖବର ଆସିଥିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ମରଶରୀର ସ୍ବତନ୍ତ୍ର ବିମାନ ଯୋଗେ ଭୂବନେଶ୍ଵର ବିମାନ ବନ୍ଦରକୁ ଆସିବ। ସେଠାରୁ ତାଙ୍କ ନିଜ ଗାଁ କୁରୁବୁଗାକୁ ଅଣାଯିବ। ଅପରାହ୍ନ ଦୁଇଟା ସମୟରେ ମରଶରୀର ଗାଁରେ ପହଞ୍ଚିବା ନେଇ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.