ବିଶ୍ୱକୁ ସ୍ତବ୍ଦ କରିଛି ପାକିସ୍ତାନ ବନ୍ୟା

161

ପାକିସ୍ତାନର ବନ୍ୟା ପରିସ୍ଥିତି ଏବେ ମଧ୍ୟ ସଙ୍ଗିନ , ଗତ ୩୦ ବର୍ଷ ର ହାରାହାରି ବର୍ଷା ଠାରୁ ଜୁଲୟ ଓ ଅଗଷ୍ଟ ମାସରେ ୧୯୦ ପ୍ରତିଶତ ବର୍ଷା ହୋଇଛି , କହିବାକୁ ଗଲେ ଏହି ଦୁଇ ମାସରେ ପାକିସ୍ତାନ ରେ ୧୫.୪ ଇଞ୍ଚ ବର୍ଷା ହୋଇଛି , ବର୍ଷା ଜଳରେ ଉବୁଟୁବୁ ପାକିସ୍ତାନ ରେ ପୁନଃ ନିର୍ମାଣ ପାଇଁ ୟୁ ଏନ ଏଜେନନ୍ସି ଗୁଡିକ କାର୍ଯ୍ୟ ଆରମ୍ଭ କରିଛନ୍ତି , କିନ୍ତୁ ଦେଶର ସମସ୍ତ ଗୁରୁତ୍ୱପୂର୍ଣ ଅଂଚଳ ଗୁଡିକ ପାଣି ରେ ବୁଡି ରହିଥିବାରୁ ବିଦେଶୀ ସଂସ୍ଥା ଗୁଡିକ ହାତ ଯୋଡି ବସିଛନ୍ତି , ବନ୍ୟା ଜଳ ନିଷ୍କାସନ ପାଇଁ ପାକିସ୍ତାନ ସରକାର ସିଂଧୁସ ରାଜପଥ କୁ ବିଭିନ୍ନ ସ୍ଥାନରେ କାଟିବା ପାଇଁ ଯୋଜନା କରୁଛନ୍ତି ,ମୌସୁମୀ ସକ୍ରିୟ ଓ ଗ୍ଲେସିୟର ତରଳିବାରୁ ପାକିସ୍ତାନ ରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି , ସମଗ୍ର ଦେଶର ୩୩ ନିୟୁତ ଲୋକ ବିପର୍ଣ୍ଣ ଵୋଇଛନ୍ତି , ୧୩୯୧ ଙ୍କ ର ମୃତ୍ୟୁ ହୋଇଛି , ବନ୍ୟା ପାଣି ରେ ଭାସି ଯାଇଛି ହଜାର ହଜାର ଲୋକଙ୍କ ଘର , ସଡକ ଓ ରେଳପଥ ଧୋଇ ହୋଇ ଯାଇଛି , ମାଟିରେ ମିଶିଛି ଫସଲ , ଲକ୍ଷ ଲକ୍ଷ ଗୃହପାଳିତ ପଶୁ ଭାସି ଯାଇଛନ୍ତି , ୩୦ ବିଲିୟନ ଡଲାର କ୍ଷତି ହୋଇଛି ବୋଲି ପାକିସ୍ତାନ ସରକାର ଆକଳନ କରିଛନ୍ତି , ଦାବୁ ଜିଲ୍ଲା ଏବେ ମଧ୍ୟ ସମ୍ପୂର୍ଣ ପାଣି ଘେରରେ ରହିଛି , ଏକ ସପ୍ତାହରୁ ଉର୍ଧ୍ଵ ଲୋକେ ଜଳ ବନ୍ଦୀ ହୋଇ ରହିଛନ୍ତି , ପାକିସ୍ତାନ ର ଉତ୍ତର ଓ ଦକ୍ଷିଣ କୁ ସଂଯୋଗ କରୁଥିବା ସିନ୍ଧୁସ ରାଜପଥ କୁ ବିଭିନ୍ନ ସ୍ଥାନରେ କାଟି ଦାଦୁ ଜିଲ୍ଲାରୁ ପାଣି ନିଷ୍କାସନ ପାଇଁ ପାକିସ୍ତାନ ସରକାର ଯୋଜନା କରୁଛନ୍ତି , ଦକ୍ଷିଣ ସିନ୍ଧ ପ୍ରଦେଶ ରେ ଗତ ୩୦ ଵର୍ଷ ର ହାରାହାରି ବର୍ଷା ଠାରୁ ୪୬୬ ପ୍ରତିଶତ ଅଧିକ ବର୍ଷା ହୋଇଛି , ୧. ୫ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଦାଦୁ ଜିଲ୍ଲା ଦେଇ ବନ୍ୟା ଜଳ ନିଷ୍କାସିତ ହେଉ ଥିବାରୁ ସ୍ଥାନୀୟ ପ୍ରଶାସନ ଚିନ୍ତା ବଢି ଯାଇଛି , ଏହି ଜିଲ୍ଲାର ୯୦ ପ୍ରତିଶତ ଲୋକ ଜଳ ବନ୍ଦୀ ହୋଇ ରହିଛନ୍ତି , ଦାଦୁ ଜେଲ ରୁ ୨୦୦ ଅଧିକ କୈଦିଙ୍କୁ ସ୍ଥାନାନ୍ତର କରାଯାଇଛି ,

Leave A Reply

Your email address will not be published.