ବିଶ୍ୱ ·ମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ
ନୂଆଦିଲ୍ଲୀ, ୧୫ା୧୦: ବିଶ୍ୱକପ୍କ୍ରିକେଟର ଏକ ବଡ଼ ବିପର୍ଯ୍ୟୟଘଟାଇଛି ଆଫଗାନିସ୍ତାନ । ଏହିଦଳ ବିଶ୍ୱ ·ମ୍ପିଅନ ଇଂଲଣ୍ଡକୁ୬୯ ରନରେ ହରାଇଦେଇଛି ।ଆଫଗାନିସ୍ତାନ ଦ୍ୱାରା ରଖାଯାଇଥିବା୨୮୫ ରନ ଜବାବରେ ଇଂଲଣ୍ଡ୨୧୫ ରନ କରି ଅଲଆଉଟହୋଇଯାଇଛି । ହେନେରି ବ୍ରୁକଙ୍କବ୍ୟତୀତ ଦଳର ଅନ୍ୟ କୌଣସିବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କସମ୍ମୁଖୀନ ହୋଇପାରିନଥିଲେ । ବ୍ରୁକ୍କିଛି ସମୟ ଲଢେଇ କରି ୬୬ ରନକରିଥିଲେ । ଡାୱିଡ୍ ମଲାନ ୩୨ରନ କରିଥିଲେ । ଆଫଗାନିସ୍ତାନ
ପକ୍ଷରୁ ରସିଦ ଖାଁ ଓ ମୁଜିବୁରରେହମାନ ୩ଟି ଲେଖାଏଁ ୱିକେଟନେଇଥିଲେ । ମହମ୍ମଦ ନବି ୨ଟିୱିକେଟ ନେଇଥିଲେ । ଏହିମ୍ୟାଚରେ ଇଂଲଣ୍ଡ ଟସ୍ ଜିତିପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିନେଇଥିଲା । ଆଫଗାନିସ୍ତାନ ପାଇଁବ୍ୟାଟିଂ ଓପନ କରିଥିବାରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ଜଦରାନ ଆରମ୍ଭରୁ ବିସ୍ଫୋରକବ୍ୟାଟିଂ କରି ପ୍ରଥମ ୱିକେଟଯୋଡ଼ିରେ ୧୧୪ ରନକରିଥିଲେ । ଗୁରବାଜ୍ ୫୭ବଲରେ ୮୦ ରନକରିଥିବାବେଳେ ଜଦରାନ ୨୮ରନ କରିଥିଲେ । ମାତ୍ର ଦଳରମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳହୋଇଥିଲେ । ତେବେ ଇବ୍ରାହିମଅଲିଖିଲ୍ ଲଢୁଆ ବ୍ୟାଟିଂ କରିଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁନେଇଯାଇଥିଲେ । ସେ ୫୮ ରନକରି ଆଉଟ ହୋଇଥିଲେ ।ସେହିପରି ରସିଦ ଖାଁ ଓ ମୁଜିବୁରରେହମାନ ଉପଯୋଗୀ ପାଳି ଖେଳିସ୍କୋରକୁ ଆଗେଇ ନେଇଥିଲେ ।ଆଫଗାନିସ୍ତାନ ୨୮୪ ରନ କରିଅଲଆଉଟ୍ ହୋଇଯାଇଥିଲା ।