ବୀରଭୂମ ହିଂସା ପୀଡିତଙ୍କୁ ସରକାରୀ ଚାକିରି ଦେଲେ ମମତା ବାନାର୍ଜୀ

195

ଡୁମାଣୀ ଟିଭି ୪/୪ : ବୀରଭୂମ ହିଂସା ଘଟଣାରେ ପୀଡିତଙ୍କୁ ସରକାରୀ ଚାକିରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାର ସୂଚନା ଦେଇ ମମତା ବାନାର୍ଜୀ କହିଛନ୍ତି, ମୁଁ ମୋ କଥା ରଖିଛି। ବୀରଭୂମ ହିଂସାରେ ପୀଡିତ ୧୦ ଜଣଙ୍କୁ ସରକାରୀ ଚାକିରି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ହତ୍ୟାର କିଛି ଘଣ୍ଟା ପରେ ରାମପୁରହାଟ ଥାନା ଅନ୍ତର୍ଗତ ବେଗତୁଇ ଗାଁରେ ୧୨ଟି ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୧ରେ ହୋଇଥିବା ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହାପରେ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ଦୁଇ ଦିନ ପରେ ପ୍ରଭାବିତ ଅଞ୍ଚଳ ଯାଇ ମୃତକଙ୍କ ପରିବାକୁ ଭେଟିଥିଲେ। ଏହାସହ ମୃତକ ଏବଂ ଆହତଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଏବଂ ସରକାରୀ ଚାକିରି ଦେବା ନେଇ ଘୋଷଣା କରିଥିଲେ। ଏହାସହ ଘର ମରାମତି ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ସିବିଆଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧ ୯ ଜଣଙ୍କୁ ଗିରଫ କରି ସେମାନଙ୍କ ମିଛ ଧରା ପରୀକ୍ଷା କରାଇଥିଲା।

Leave A Reply

Your email address will not be published.