ନୟାଗଡ଼ ବ୍ରୁତଙ୍ଗ ନଦୀ ରେ ଭାସି ଯାଇ ଜଣଙ୍କ ମୃତ୍ୟୁ ହୋଇଛି । ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅନ୍ତର୍ଗତ ଗୁଣ୍ଡୁରିବାରି ଗ୍ରାମର ଜଣେ ବ୍ୟକ୍ତି ବ୍ରୁତଙ୍ଗ ନଦୀରେ ଭାସି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଙ୍କ ନାମ ଉଦ୍ୟନାଥ ଯାନୀ (ପେଟୁ) ବୋଲି ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ ,ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବା ବେଳେ କୁଆଁରିଆ ଓ ବ୍ରୁତଙ୍ଗ ନଦୀରେ ଦୁଈକୂଳ ଖାଇ ଜଳ ପ୍ରବାହିତ ହେଉଛି । ଗୁରୁବାର ଦିନ ଉଦ୍ୟନାଥ ମଧ୍ୟାହ୍ନ ସମୟ ରେ ଗାଁ ନିକଟ ବ୍ରୁତଙ୍ଗ ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ବ୍ରୁତଙ୍ଗ ରେ ପ୍ରବାହିତ ବର୍ଷା ଜଳରେ ଭାସି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ପବେରିବାରୁ ଘର ଲୋକ ଖୋଜା ଖୋଜି କରି ପାଇନଥିଲେ । ସକାଳୁ କିଛି ଲୋକ ବ୍ରୁତଙ୍ଗ ନଦୀ କୁ ଯାଇଥିବା ବେଳେ ଉଦ୍ୟନାଥ ଙ୍କ ମୃତ ଶରୀର ଟି ନଦୀର ଚିନା କୁଟ ଘାଟ ଠାରେ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ଉଦୟ ଙ୍କ ମୃତ ଶରୀର କୁ ଉଧାର କରାଯାଇଥିବା ବେଳେ ପରିବାର ଲୋକ ଶବ ସଂସ୍କାର କରିଥିଲେ ।
Sign in
Sign in
Recover your password.
A password will be e-mailed to you.