ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସ
ନୂଆଦିଲ୍ଲୀ: ବ୍ଲଡ କ୍ୟାନସରରୋଗୀଙ୍କ ଚିକିତ୍ସା ପାଇଁ ଭାରତରେଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁଅନୁମୋଦନ କରାଯାଇଛି । ସେଣ୍ଟ୍ରାଲଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲଅର୍ଗାନାଇଜେଶନ (ସିଡିଏସକୋ)ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶକ୍ରମେ ଭାରତର ପ୍ରଥମ ସ୍ୱଦେଶୀକାଇମେରିକ ଆଣ୍ଟିଜେନ ରିସେପ୍ଟରସେଲ ଥେରାପି ଆରମ୍ଭ କରିବାକୁଯାଉଛି । ଏହି ଚିକିତ୍ସା ଗମ୍ଭୀରଲିମ୍ଫୋସାଇଟିକ ଲୁ୍ୟକେମିଆ ଏବଂବି-ସେଲ ଲିମ୍ଫୋମା ପରି କ୍ୟାନସରରୋଗର ଚିକିତ୍ସାରେ ବ୍ୟବହୃତ ହେବ ।
ଏହି ଥେରାପିରେ କ୍ୟାନସରରୋଗୀଙ୍କଠାରୁ ଶ୍ୱେତରକ୍ତ କଣିକାସହିତ ଟି କୋଷିକା ବାହାରକରାଯାଇଥାଏ । ଏହା ପରେ,ସେଗୁଡିକୁ ଲାବୋରେଟୋରୀକୁଅଣାଯାଇ ଟି କୋଷିକା ଏବଂଶ୍ୱେତରକ୍ତ କଣିକାକୁ ଅଲଗାକରାଯାଇଥାଏ । ଏହା ପରେ ଏଗୁଡିକୁପୁନର୍ବାର ରୋଗୀ ଶରୀରରେ ପ୍ରବେଶକରାଯାଇଥାଏ । ଏହି ପ୍ରକ୍ରିୟା କେବଳଥରେ କରାଯାଏ । ରୋଗୀର ଶରୀରରେପ୍ରବେଶ କରିବା ପରେ, ଟି କୋଷଗୁଡ଼ିକ କ୍ୟାନସର ସହ ଲଢିବା ସହ ଭିତରୁ ସେଗୁଡିକୁ ନଷ୍ଟ କରିଥାନ୍ତି । ଲୁ୍ୟକେମିଆ
(ଶ୍ୱେତରକ୍ତ କଣିକା ଉତ୍ପାଦନ କରୁଥିବା କୋଷରୁ ଉତ୍ପନ୍ନ କ୍ୟାନସର) ଏବଂଲିମ୍ଫୋମା (ଲିମ୍ଫାଟିକ ସିଷ୍ଟମରୁ ଉତ୍ପନ୍ନ କ୍ୟାନସର) ପାଇଁ ଏହି ଚିକିତ୍ସା ଅନୁମୋଦିତ ।ଏହି ଥେରାପି୨୦୧୭ରେ ଆମେରିକାରେ ଅନୁମୋଦିତ ହୋଇଥିଲା ଯେଉଁଠାରେଜଣେ ରୋଗୀଙ୍କୁ ପ୍ରାୟ ତିନିରୁ ଚାରିକୋଟି ଟଙ୍କା ଖର୍ଚ୍ଚ କରିବାକୁପଡୁଥିଲା । କିନ୍ତୁ ଭାରତୀୟବୈଜ୍ଞାନିକମାନେ ଏହା ଉପରେ୨୦୧୮ରେ ପରୀକ୍ଷା କରିବାଆରମ୍ଭ କରିଥିଲେ । ସ୍ୱଦେଶୀଉପାୟରେ ହେବାକୁ ଥିବା ଏହିଚିକିତ୍ସାରେ ଭାରତରେ ପ୍ରାୟ ୩୦ରୁ
୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେସମସ୍ତ କର୍କଟ ରୋଗୀଙ୍କ ପାଇଁ ଏତେଟଙ୍କା ଖର୍ଚ୍ଚ କରିବା କଷ୍ଟହୋଇପାରେ । କିନ୍ତୁ ବିଶେଷଜ୍ଞମାନେକହିଛନ୍ତି ଯେ ଆଗାମୀ ଦିନରେ ଏହିଥେରାପି କେବଳ ଶସ୍ତା ହେବ ନାହିଁବରଂ ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ ।ଆଇଆଇଟି ବମ୍ବେ ଏବଂ ଟାଟାମେମୋରିଆଲ ସେଣ୍ଟର (ଟିଏମସି)ମିଳିତ ଭାବେ ଏହି ସ୍ୱଦେଶୀଚିକିତ୍ସାକୁ ବିକଶିତ କରିଛନ୍ତି ଯାହାଦେଶର ଅନେକ ପ୍ରମୁଖଡାକ୍ତରଖାନାରେ ଦୁଇଟି ଭିନ୍ନପର୍ଯ୍ୟାୟରେ ପରୀକ୍ଷା କରାଯାଇଛି ।ଏହି ଚିକିତ୍ସା କ୍ୟାନସର ରୋଗୀଙ୍କଉପରେ ୮୮ ପ୍ରତିଶତ ପ୍ରଭାବଶାଳୀବୋଲି ଜାଣିବାକୁ ମିଳିଛି ।