ଭାରତକୁ ଆହୁରୀ ସଶକ୍ତ କରିବ ସ୍ୱଦେଶୀ ହେଲିକପ୍ଟର

191

ଡୁମାଣୀ ଟିଭି ,୩୧/୩ : ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କଙ୍କ ବଡ ପଦକ୍ଷେପ। ତାଙ୍କ ନେତୃତ୍ଵାଧୀନ ସୁରକ୍ଷା ମାମଲା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)୩,୮୮୭ କୋଟି ଟଙ୍କା ବ୍ୟୟରେ ସ୍ଵଦେଶୀ ବିକଶିତ ୧୫ ହାଲୁକା ହେଲିକପ୍ଟର କ୍ରୟକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୦ ହେଲିକପ୍ଟର ଭାରତୀୟ ବାୟୁସେନା ଏବଂ ପାଞ୍ଚ ଭାରତୀୟ ସେନାରେ ବ୍ୟବହାର କରାଯିବ।
ମନ୍ତ୍ରଣାଳୟ ଅନୁଯାୟୀ, ୧୫ ହାଲୁକା ହେଲିକପ୍ଟର(ଏଲସିଏଚ) ସହ ୩୭୭ କୋଟି ଟଙ୍କାର ଆନୁସଙ୍ଗିକ ଢାଞ୍ଚା ପ୍ରଣାଳୀ ପାଇଁ ୩୮୮୭ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ଦିଆଯାଇଛି। ଲାଇଟ୍ କମ୍ବାଟ୍ ହେଲିକପ୍ଟର ଲିମିଟେଡ୍ ସିରିଜ ପ୍ରୋଡକ୍ସନ(ଏଲଏସପି)ର ସ୍ଵଦେଶୀ ଭାବେ ବିକଶିତ ଏକ ଲଢୁଆ ହେଲିକପ୍ଟର। ଏଥିରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ସ୍ଵଦେଶୀ ଉପକରଣ ବ୍ୟବହାର କରାଯାଇଛି। ଏହି ହେଲିକପ୍ଟରର ରେଞ୍ଜ, ଉଚ୍ଚତାରେ ଉଡାଣ ଏବଂ ସବୁ ପରିବେଶରେ ମୁକାବିଲା କରିବାକୁ ସକ୍ଷମ। ଏଥିରେ ସର୍ଚ୍ଚ ଏବଂ ଉଦ୍ଧାର ଅଭିଯାନ ସହ ଶତ୍ରୁର ଲକ୍ଷ୍ୟକୁ ଧ୍ଵଂସ କରିବା ଏବଂ ଉଗ୍ରବାଦୀ ନିରୋଧୀ ଯନ୍ତ୍ରାଂଶ ସାମିଲ୍।

Leave A Reply

Your email address will not be published.