ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ
ସିଡନି : ଅଷ୍ଟ୍ରେଲିଆ ବିରୋଧରେ ୪ ମ୍ୟାଚ ସିରିଜର ତୃତୀୟ ମ୍ୟାଚ୍ ଗୁରୁବାରଠାରୁ ସିଡନୀରେ ଆରମ୍ଭ ହେବାକୁ ଯାଉଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଘୋଷଣା ହୋଇଛି। ରୋହିତ ଶର୍ମା ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେ ଟିମର ଉପଅଧିନାୟକ ରହିବେ। କ୍ୟାପ୍ଟେନ ଅଞ୍ଜିକେୟ ରହାଣେଙ୍କ ସାମ୍ନାରେ ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ୪୩ ବର୍ଷ ପରେ ଟେଷ୍ଟ ବିଜୟର ଲକ୍ଷ୍ୟ ରହିବ । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ୧୧ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ନବଦୀପ ସାଇନୀଙ୍କୁ ସ୍ଥାନ ମିଳିଛି । ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବେ ।
ଅନ୍ୟପକ୍ଷରେ ୧୧ଜଣିଆ ଚୂଡ଼ାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି । ସେହିପରି ପୂର୍ବରୁ ଆହତ ହୋଇଥିବା ପେସ ବୋଲର ଉମେଶ ଯାଦବ ମଧ୍ୟ ଦଳରୁ ବାଦ ପଡି ଦଳର ଚିନ୍ତା ବଢାଇ ଦେଇଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ସିଡନି ଟେଷ୍ଟରୁ ଓପନିଂ ବୋଲର ମୟଙ୍କ ଅଗ୍ରୱାଲକୁ ବାଦ ଦିଆଯାଇଛି । ଅନ୍ୟପକ୍ଷରେ କେଏଲ ରାହୁଲ ଆହତ ଥିବାରୁ ହନୁମା ବିହାରୀଙ୍କ ସ୍ଥାନ ପ୍ଲେଇଂ ଇଲେଭେନର ଅପରିବର୍ତ୍ତିତ ରହିଛି । ବିହାରୀ ଗତ ତିନି ଇନିଂସରେ ମାତ୍ର ୪୫ ରନ୍ କରିଛନ୍ତି ।
ସିଡନି ଟେଷ୍ଟ : ପ୍ଲେଇଂ ଇଲେଭେନ୍
ଅଞ୍ଜିକେୟ ରହାଣେ (କ୍ୟାପ୍ଟେନ୍),ରୋହିତ ଶର୍ମା (ଉପ କ୍ୟାପ୍ଟେନ),ଶୁଭମନ ଗିଲ,ଚେତେଶ୍ୱର ପୁଜାରା,ହନୁମା ବିହାରି,ଋଷଭ ପନ୍ତ(ୱିକେଟ୍ କିପର) ରବିନ୍ଦ୍ର ଜାଡେଜ,ରବିଚନ୍ଦ୍ରନ ଅଶ୍ୱିନ,ଜସପ୍ରିତ ବୁମରାହ,ମହମ୍ମଦ ସିରାଜ,ନବଦୀପ ସୈନି (ଡେବ୍ୟୁ)