ଭାରତ-ଇଂଲଣ୍ଡ ଟି-୨୦ ସିରିଜ, ଟିମ୍ ଘୋଷଣା କରିଛି ଇଂଲଣ୍ଡ
ଭାରତ ବିପକ୍ଷରେ ଟି-୨୦ ଏବଂ ୱାଣ୍ଡେ ସିରିଜ ପାଇଁ ନିଜର ଦଳ ଘୋଷଣା କରିଛି । ଜୋସ ବଟଲର ଏହି ସିରିଜ ମାଧ୍ୟମରେ ପୁର୍ଣ୍ଣ ସମୟର ଅଧିନାୟକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଭାରତ ବିପକ୍ଷରେ ତିନି ତିନିଟି ମ୍ୟାଚର ଟି-୨୦ ଏବଂ ୱାଣ୍ଡେ ସିରିଜ ପାଇଁ ନିଜର ଟିମ୍ ଘୋଷଣା କରିଛନ୍ତି । ଟିମ୍ ଅଧିନାୟକ ଭାର ସମ୍ଭାଳିବେ ଜୋସ ବଟଲର । ଅନ୍ୟ ପକ୍ଷରେ ଟିମ୍ ରେ ଅଲରାଉଣ୍ଡର ସାମ୍ କୁରେନ୍ ମଧ୍ୟ ଖେଳିବେ । ଆଉ ଜଣେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ କମାଲ ମଧ୍ୟ ଏହି ଓଡିଆଇ ସିରିଜ ରେ ଦେଖିବାକୁ ମିଳିବ ।
ଇଂଲଣ୍ଡ ୱାଣ୍ଡେ ଟିମ୍ – ଜୋସ୍ ବଟଲର୍(ଅଧିନାୟକ), ମୋଏନ ଅଲ୍ଲୀ, ଜନି ବେୟାରଷ୍ଟ୍ରୋ, ହ୍ୟାରି ବରୁକ୍, ବ୍ରାଇଡେନ କାର୍ସ, ସାମ୍ କୁରେନ, ଲିଆମ୍ ଲିଭିଙ୍ଗ ଷ୍ଟୋନ୍ , କ୍ରେଗ ଓଭରଟନ୍ , ଏସ ପାରର୍କିନ୍ସନ୍, ଜୋ ରୁଟ୍ , ଜେସନ ରୟ,
ଇଂଲଣ୍ଡ ଟି ଟ୍ୱେଂଟି ଟିମ୍ – ଜୋସ୍ ବଟଲର୍(ଅଧିନାୟକ), ମୋଏନ ଅଲ୍ଲୀ, ହ୍ୟାରି ବରୁକ୍, ସାମ୍ କୁରେନ, ଲିଆମ୍ ଲିଭିଙ୍ଗ ଷ୍ଟୋନ୍, ଜେସନ ରୟ, ରିଚର୍ଡ ଗିଲସନ୍, ଡେଭିଡ ମଲାନ୍ , ଟାୟମଲ ମିଲ୍ସ, ପାର୍କିସନ୍ , ଫିଲ ସାଲ୍ଟ, କ୍ରିସ ଜୋରଦନ୍, ଡେଭିଡ୍ ୱିଲି, ରିସ ଟାପଲି ।