ଭାରତ ବାୟୋଟେକ କୋଭାକ୍ସିନର ଯୋଗାଣକୁ ସସପେଣ୍ଡ କଲା WHO

215

ଡୁମାଣୀ ଟିଭି ୩/୪: ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଲାଗିଛି ଝଟକା । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି ଦୂର କରିବା ଏବଂ ସୁବିଧାଗୁଡିକର ନବୀକରଣ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଡବ୍ଲୁଏଚଓର ବୟାନ ଅନୁସାରେ, ଭ୍ୟାକ୍ସିନ ପାଇଥିବା ଦେଶ ଗୁଡିକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କଣ ତାହା ସ୍ପଷ୍ଟ ହୋଇନାହିଁ।

ଡବ୍ଲୁଏଚଓ ଅନୁସାରେ, ଟିକା ପ୍ରଭାବୀ ଏବଂ ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ । କିନ୍ତୁ କମ୍ପାନୀ ଉତ୍ପାଦନ ସ୍ଥଗିତ ରଖିବା ଦ୍ୱାରା ଯୋଗାଣ ବାଧାପ୍ରପ୍ତା ହେବ। ମାର୍ଚ୍ଚ ୧୪ରୁ ୨୨ ଯାଏଁ ଡବ୍ଲୁଏଚଓ ପୋଷ୍ଟ ଏମରର୍ଜେନ୍ସି ୟୁଜ୍ ଲିଷ୍ଟିଂର ଯାଞ୍ଚ ପରେ ଏହି ନିଲମ୍ୱନ ଜାରି କରିଯାଇଛି।

ଏହା ପୂର୍ବରୁ ଟିକା ନିର୍ମାତା ଭାରତ ବାୟୋଟେକ ବୟାନ ଜାରି କରି ନିଜର ସମସ୍ତ ଉତ୍ପାଦନ କେନ୍ଦ୍ରରେ କୋଭାକ୍ସିନର ଉତ୍ପାଦନକୁ ଅସ୍ଥାୟୀ ରୂପେ କମ କରିବାକୁ ଘୋଷଣା କରିଥିଲା। କମ୍ପାନୀ କହିଥିଲା, ଏଜେନ୍ସି ଗୁଡିକୁ ଯୋଗାଣ ପାଇଁ ଦିଆଯାଇବା ପ୍ରତିଶ୍ରୁତି ପୂରଣ କରାଯାଇଛି, ଆଗାମୀ ଦିନରେ ଏହାର ଚାହିଦା ମଧ୍ୟ କମିପାରେ। ଏପରି ସ୍ଥିତିରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.