ଧର୍ମଗଡ, : କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ କଟକ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତ୍ରିପାଠୀଙ୍କ ଶ୍ୱଶୁର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଏହି ସମ୍ପର୍କରେ ଜୁନାଗଡ଼ ହସ୍ପିଟାଲରେ କାର୍ଯ୍ୟରତ ଜ୍ୱାଇଁ ଡାକ୍ତର ତ୍ରିପାଠୀଙ୍କ ଭଡା ଘରେ ରେଡ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରଙ୍କୁ ଘରୁ ନଗଦ ୨୦ ଲକ୍ଷ ଟଙ୍କ ଜବତ ହୋଇଥିବା ଜଣାପଡିଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଶ୍ୱଶୁର ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ ତାଙ୍କ ଜୁନାଗଡ଼ ହସ୍ପିଟାଲରେ କାର୍ଯ୍ୟରତ ଜ୍ୱାଇଁ ତପନ କୁମାର ତ୍ରିପାଠୀ ଙ୍କ ଭଡା ଘରେ ରେଡ ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ଘର ଗେଟରେ ତାଲା ପକାଇ ଭିତରେ ଭିଜିଲାନ୍ସ ରେଡ କରୁଥିବା ସୂଚନା । ତେବେ ଭିଜିଲାନ୍ସ ପକ୍ଷରୁ ଜବତ ହୋଇଥିବା ସମ୍ପତ୍ତିର ତାଲିକା ସ୍ପଷ୍ଟ ହୋଇନାହିଁ ।
Sign in
Sign in
Recover your password.
A password will be e-mailed to you.