ମଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

178

ଆଜି ବାସଭବନରେ ମୋଦୀଙ୍କୁ ସାକ୍ଷାତ କଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ସହିତ ଅନେକ ପ୍ରସଙ୍ଗ ଆଲୋଚନା ହୋଇଥିଲା । ଆଲୋଚନା ପରେ ଏନେଇ ଟ୍ୟୁଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆହୁରି ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ସାରା ଦେଶର ମଧ୍ୟ ସହମତୀ ରହିଛି । ବ୍ୟକ୍ତିଗତ ଭାବେ ମଧ୍ୟ ମୋଦୀ ତାଙ୍କୁ ପ୍ରାଥୀ ରୁପରେ ପାଇ ବେଶ୍ ଖୁସି ଅଛନ୍ତି । ପରେ ପରେ ଦ୍ରୌପଦୀ ମୁର୍ମୁ ଅମିତ୍ ଶାହାଙ୍କୁ ମଧ୍ୟ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି ।
ସୂଚନା ଅନୁସାରେ ପ୍ରଥମ ଥର ପାଇଁ ମୁର୍ମୁଙ୍କ ନା ରାଷ୍ଟ୍ରପତି ପ୍ରାଥୀ ଭାବରେ ସାମ୍ନାକୁ ଆସିନାହିଁ । ୨୦୧୭ ମସିହାରେ ରାଷ୍ଟ୍ରପତି ପ୍ରାଥୀ ଭାବେ ତାଙ୍କ ନା ଚର୍ଚ୍ଚାକୁ ଆସିଥିଲା, କିନ୍ତୁ ସେହି ସମୟରେ ରାମନାଥ କୋବିନ୍ଦଙ୍କ ନା ରେ ମୋହର ଲାଗିଥିଲା । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଷ୍ଟ୍ରପତି ହେବାରେ ମୁର୍ମୁଙ୍କ ପଥ ପରିଷ୍କାର ହୋଇଯାଇଛି । କାରଣ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବିଜେପିର ସମର୍ଥନ ମିଳିସାରିଥିବା ବେଳେ ବର୍ତମାନ ଓଡିଆ ମାଟିର ଝିଅ ଦ୍ରୌପଦୀଙ୍କୁ ବିଜେଡିର ମଧ୍ୟ ସମର୍ଥନ ମିଳିସାରିଛି । ଏହା ସହିତ ମୁର୍ମୁଙ୍କୁ ଭୋଟ ଦେବାପାଇଁ ଓଡିଶାର ସମସ୍ତ ବିଧାୟକଙ୍କୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.