ମାଲକାନଗିରି, ରାଜ୍ୟ ସରକାର କୁନି କୁନି ପିଲାମାନଙ୍କ ଶିକ୍ଷାଦାନ ସହ ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଆଗ୍ରହରେ ପିଲାମାନେ ଆସିବେ ଏନେଇ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ବାସ୍ତବ ଓଲଟା ଚିତ୍ର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ସହରର ୩ ନଂ ୱାର୍ଡରେ ଥିବା ୟୁଜିଏମଇ ସ୍କୁଲରେ ଦେଖିବାକୁ ମିଳିଛି । ତେବେ ବିଦ୍ୟାଳୟରେ ସର୍ବମୋଟ ୩୧୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୧୭୧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଜି ଶନିବାର ହେତୁ ଛାତ୍ରଛାତ୍ରୀ ମାନଙ୍କ ଭୋଜନରେ ଅଣ୍ଡା ତରକାରୀ ରହିଥିବା ବେଳେ ତନ୍ମଧ୍ୟରୁ ୧୦୦ ପିଲା ତରକାରୀ ପାଇଥିବା ବେଳେ ଆଉ ୭୧ ପିଲା ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ରହିଥିଲେ । ଏନେଇ ପିଲାମାନେ ନିଜ ପିତା ମାତାଙ୍କୁ ଜଣାଇବା ପରେ ପିତା ମାତା ମାନେ ବିଦ୍ୟାଳୟକୁ ଆସି ଖାଦ୍ୟ ନିଅଣ୍ଟ ହେବା ନେଇ ପ୍ରଧାନ ଶିକ୍ଷୟତ୍ରୀ ମମତା ଘଣ୍ଟ ଙ୍କୁ ପ୍ରଶ୍ନ କରିଥିଲେ । ଏଥି ସହିତ ଖାଦ୍ୟର ମାନ ଯାଞ୍ଚ କରିବା ସହ ପୋକ ଚାଉଳ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରି ଚାଉଳ ଗଚ୍ଛିତ ଥିବା ଗୋଦାମ ଗୃହକୁ ଯାଇ ପୋକ ଚାଉଳ ମଧ୍ୟ ଦେଖିଥିଲେ । ପରେ କିଛି ସମୟ ପାଇଁ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଏଥିଏହିତ ଅଭିଭାବକ ମାନେ ଅଭିଯୋଗ କରିଥିଲେ ଯେ ବିଗତ ଦିନରେ ବାରମ୍ବାର ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଏପରି ଉତ୍ତମ ଖାଦ୍ୟ ଦିଆଯାଉନାହିଁ, ରୋଷେଇ ନିମନ୍ତେ କାଠ ମଧ୍ୟ ପିଲାମାନେ ବୋହୁଛନ୍ତି, ମଧ୍ୟାହ୍ନ ଭୋଜନରେ ନିଅଣ୍ଟ, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀର ଅଭାବ, ଯଦି କୌଣସି ପିଲା ଅଭିଯୋଗ କରେ ତାକୁ ମାଡ ମରାଯାଉଥିବା ନେଇ ଅଭିଯୋଗ, ପାଣିଆ ଡାଲି ମଧ୍ୟ ଦିଆଯାଉଛି ବୋଲି ଏପରି ବହୁ ଅଭିଯୋଗ ଆଣିଥିଲେ । ଶେଷରେ କୁନି କୁନି ପିଲାମାନେ ମଧ୍ୟ ପୋକ ରହିଥିବା ଭାତକୁ ଥାଳିରେ ଧରି ବିନା ଅଣ୍ଡା ତରକାରୀରେ ଖାଇବେ ଏନେଇ ଗଣମାଧ୍ୟମକୁ ଓଲଟି ପ୍ରଶ୍ନ କରିଥିଲେ । ପରେ ସ୍କୁଲ କତ୍ତୃପକ୍ଷ ହୋଟେଲରୁ ଯାଇ ଚଣା ତରକାରୀ ଆଣି ଅଳ୍ପ ଅଳ୍ପ ପିଲାମାନଙ୍କୁ ଖାଇବାକୁ ଦେବାରୁ ପିଲାମାନେ ତାହା ନ ଖାଇ ବିରୋଧ କରି ବାସି ତରକାରୀ ଆଣି ଖାଇବାକୁ ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ମମତା ଘଣ୍ଟ ଙ୍କୁ ପଚାରିବାରୁ ସେ ପୂର୍ବରୁ ନବ ଭାରତ ନାମକ ଏକ ଏସଏଚଜି ଗ୍ରୁ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା କହିଥିଲେ ।କିନ୍ତୁ ଉକ୍ତ ଗ୍ରୁ ଟି ଆଜିକୁ ଦୀର୍ଘ ୨ ବର୍ଷ ହେବ ମଧ୍ୟାହ୍ନ ଭୋଜନ ପରିଚାଳନା ନ କରିବାରୁ ସେ ବାଧ୍ୟ ହୋଇ ପରିଚାଳନା କରୁଥିବା କହିଥିବା ବେଳେ ଆଜିର ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଏବଂ ସେ ଏନେଇ ବିଇଓଙ୍କୁ ବାରମ୍ବାର ଲିଖିତ ପତ୍ର ପ୍ରଦାନ କରିଥିବା କହିଥିଲେ । ତେବେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କ ବାଲିମେଳା ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏନେଇ ଆମେ କୋରୁକୋଣ୍ଡା ବିଇଓ ଅସିତ ମିସ୍ତ୍ରୀଙ୍କୁ ପଚାରିବାରୁ ସେ ଏନେଇ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଥିଲେ । ଏହି ବିଦ୍ୟାଳୟରେ ପୂର୍ବରୁ କାର୍ଯରତ ଥିବା ପ୍ରଧାନ ଶିକ୍ଷକ ସ୍ୱର୍ଗତ ରାଜ କିଶୋର ମହାନ୍ତି ଦାୟିତ୍ୱରେ ରହିଥିବା ବେଳେ ବିଦ୍ୟାଳୟର ପରିବେଶ ସହ ପିଲାମାନେ ଉତ୍ତମ ଖାଦ୍ୟ ଖାଉଥିଲେ ବର୍ତ୍ତମାନ କିନ୍ତୁ ସବୁବେଳେ ଏପରି ଅନିୟମିତତା ଦେଖାଦେଉଛି । ତେଣୁ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଥିଲେ ।
Sign in
Sign in
Recover your password.
A password will be e-mailed to you.