ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ

101

ଧର୍ମଗଡ଼ : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜ୍ୟ ରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାର କୁ ରୋଜଗାର ଯୋଗାଉଥିବା ବେଳେ ପ୍ରତି ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବେଳେ ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତ ର ମହିଳା ସରପଞ୍ଚ ମନରେଗା ଯୋଜନାରେ ମାଟି କାମ କରୁଥିବା ଶ୍ରମିକଙ୍କ ସହ ମିଶି ମାଟି ବୋହି ଏକ ନିଆଁରା ଉଦାହରଣ ସୃଷ୍ଟି କରିଛନ୍ତି। ଜୟନ୍ତପୁର ପଞ୍ଚାୟତ ର ଖଲିଆକଟା ବନ୍ଧ ମାଟିକାମ ବର୍ତ୍ତମାନ ମନରେଗା ଯୋଜନା ରେ ଚାଲୁଅଛି। ମଙ୍ଗଳବାର ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ବନ୍ଧ କାର୍ଯ୍ୟ ନିକଟରେ ପହଞ୍ଚି ଶ୍ରମିକ ପରିବାର ସହ ମିଶି ମାଟି ବୋହି ଶ୍ରମିକ ଙ୍କୁ ଉତ୍ସାହିତ କରିବା ସହ ସରପଞ୍ଚ ହେଲେ ବି ବି ଜଣେ ମଣିଷ, ଶ୍ରମିକ ମାନେ ହେଉଛନ୍ତି ଆମ ପଞ୍ଚାୟତ ର ମେରୁଦଣ୍ଡ ସେମାନଙ୍କ ବିନା କୌଣସି ଉନ୍ନୟନ କାର୍ଯ୍ୟ ର ପରିକଳ୍ପନା ଅସମ୍ଭବ ବୋଳି କହିଛନ୍ତି। ଆଜି ଶ୍ରମିକ ଙ୍କ ସହ ମିଶି ମାଟି ବୋହି ନିଜକୁ ନିଜେ ବହୁତ ଖୁସି ଅନୁଭବ କରିବା ସହ ଆମେ ସମସ୍ତେ ସମାନ ବୋଲି କହିଛନ୍ତି।

Leave A Reply

Your email address will not be published.