ମମତାଙ୍କ ରାଜ୍ୟରେ ୧୦,୦୦୦ କୋଟି ନିବେଶ କରିବେ ଗୌତମ ଆଦାନୀ

240

ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ କହିଛନ୍ତି, ରାଜ୍ୟରେ ନିଜର ବ୍ୟବସାୟକୁ ବଢାଇବା ପାଇଁ ସମୂହ ଡାଟା କେନ୍ଦ୍ର, ସମୁଦ୍ରରେ କେବୁଲ, ଭଣ୍ଡାର ଏବଂ ଲଜିଷ୍ଟିକ୍ ପାର୍କ ପରି ବନ୍ଦର ଏବଂ ମୌଳିକ ଭିତ୍ତିଭୂମି ସହ ଜଡିତ କ୍ଷେତ୍ରରେ ନିବେଶ କରିବେ । ପୂର୍ବରୁ ପଶ୍ଚିମବଙ୍ଗର ହଳଦିଆରେ ଆଦାନୀ ୱିଲମାରର ଖାଇବା ତେଲ ପ୍ଲାଣ୍ଟ ରହିଛି ।

ଆଦାନୀ କହିଛନ୍ତି, ମୁଁ ବେଙ୍ଗଲବାସୀଙ୍କ ଆଶା ପୂରଣ ପାଇଁ ନିଜର ପ୍ରତିଶ୍ରୁତି ପୂରଣ କରିବି । ବିଜିବିଏସରେ ପ୍ରଥମ ଥର ପାଇଁ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗରେ ଏହି ନିବେଶ ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପେ ୨୫ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହେବ।

Leave A Reply

Your email address will not be published.