ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବିବାଦ ତିଆରି କରିବା ଠିକ ନୁହେଁ- ଅମର ପଟ୍ଟନାୟକ

178

ଭୁବନେଶ୍ୱର, ୧୨ ଜୁନ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ବିବାଦ କରିବା ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ବିଜେପି ସଭାପତି ସମୀର ମହାନ୍ତିଙ୍କ ଦ୍ୱାରା ବିଧାନସଭା ଅଧିବେଶନ ସମୟରେ ବିଦେଶ ଯିବା ଓ ଭର୍ଚୁଆଲ ମାଧ୍ୟମରେ ଅଧିବେଶନରେ ଯୋଡି ହେବା ଉପରେ ପ୍ରଶ୍ନ ଉଠାଇ କରିଥିବା ଟ୍ୱିଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିଥାନ୍ତି । ସେହିପରି ରାଜ୍ୟ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାହାରକୁ ଯାଉଛନ୍ତି, ତାକୁ ନେଇ ବିବାଦ ଠିକ୍ ନୁହେଁ ।

Leave A Reply

Your email address will not be published.