ମୁମ୍ବାଇ ମୀରା ରୋଡ୍ରେ ହୋଇଥିବା ମାରପିଟ୍ ଘଟଣାରେ ସୋମବାର ପୁଲିସ ୧୩ ଜଣଙ୍କୁ ଗିରଫ କରିଛି। ରାଜ୍ୟରେ ଯିଏ ବି ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଚାହିଁବ ସରକାର ତା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବେ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି। ଖବର ଅନୁସାରେ, ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ରବିବାର ରାତିରେ ମୀରା ଭାୟନ୍ଦରର ନୟାନଗରରେ ୧୦-୧୨ ଲୋକ ର୍କା ଓ ମୋଟରସାଇକେଲ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ଜୟ ଶ୍ରୀ ରାମ ନାରା ଲଗାଇବା ସହ ବାଣ ମଧ୍ୟ ଫୁଟାଇଥିଲେ। ଏହି ସମୟରେ ଆଉ ଏକ ଗ୍ରୁ ବାଣ ଫୁଟାଇବାକୁ ବିରୋଧ କରିଥିଲା। ଫଳରେ ଦୁଇ ଗ୍ରୁ୍ ମଧ୍ୟରେ ମାରପିଟ୍ ହୋଇଥିଲା। ଘଟଣାରେ ପୋଲିସ ସୋମବାର ୧୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଉପମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଘଟଣାରେ ପୋଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍ ତନଖି କରାଯାଉଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.