ଯୁଦ୍ଧ ପରର କରୁଣ କାହାଣୀ ଏଠି ସେଠି ପଡ଼ିଛି ଶବ

608

ଡୁମାଣୀ ଟିଭି ୪/୪ : ୟୁକ୍ରେନ ଓ ରୁଷ ମଧ୍ୟରେ ୪୦ ଦିନ ହେଲାଣି ଯୁଦ୍ଧ ଲାଗିରହିଛି। ଏହାମଧ୍ୟରେ ରୁଷ ୟୁକ୍ରେନର ଅନେକ ବଡ ବଡ ସହର ନଷ୍ଟ କରିଦେଇଛି। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ପଡୋଶୀ ଦେଶକୁ ପଳାୟନ କରିଛନ୍ତି। ରୁଷ ମଧ୍ୟ ୟୁକ୍ରେନର ବୁଚାରେ ଥିବା ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କୁ ଗୁଳିମାରିଛି। କିନ୍ତୁ ରୁଷ କୌଣସି ସାଧାରଣ ନାଗରିକଙ୍କୁ ମାରିନାହିଁ ବୋଲି କହିଛି।
ଏହା ମଧ୍ୟରେ ବୁଚା ସହରର ଏକ ଫଟୋ ଭାଇରଲ ହେବାରେ ଲାଗିଛି। ଯେଉଁଠି ରାସ୍ତା ଉପରେ ସାଧାରଣ ଲୋକଙ୍କ ଶବ ପଡିଥିବା ନଜର ଆସିଛି। ମିଳିଥିବା ଏକ ଫଟୋରେ ସାଧାରଣ ନାଗରିକଙ୍କ ଶବ ପଡିଥିବା ନଜର ଆସିଛି। ଏହି ଫଟୋରେ ଲୋକଟିର ହାତ ପିଠି ପଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଆଉ ମୁଣ୍ଡରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣକର ଫଟୋ ୫ ସପ୍ତାହ ତଳର ବୋଲି ଜଣାପଡିଛି। ଫଟୋରେ ବ୍ୟକ୍ତି ଜଣକର କ୍ଷତ ବିକ୍ଷତ ଶବ ଦେଖିବାକୁ ମିଳିଛି।

ୟୁକ୍ରେନର ଦାବି କି, ରୁଷ ଯୁଦ୍ଧ ସମୟରେ ବୁଚାରେ ସାଧାରଣ ନାଗରିକଙ୍କୁ ମାରି ନରସଂହାର କରିଥିଲା। ବିଚଳିତ କରୁଥିବା ଏହି ଫଟୋ ଦେଖି ପଶ୍ଚିମ ଦେଶ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଜର୍ମାନୀ ସହିତ ଅନେକ ଦେଶ ପ୍ରତିବନ୍ଧକ କଡ଼ା କରିବାକୁ କହିଛି।

ବୁଚାର ଡେପୁଟି ମେୟର, ତାରାସ ଶାପ୍ରାବସ୍କି କହିଛନ୍ତି, ଗତ ସପ୍ତାହ ଶେଷରେ ରୁଷ ସେନା ସହରରୁ ହଟିବା ପରେ ମିଳିଥିବା ମୃତଦେହ ମଧ୍ୟରୁ ୫୦ ରୁଷ ସୈନିକ ବୋଲି କହିଥିଲା। ଅନ୍ୟପକ୍ଷରେ ରୁଷ ଏହି ନରସଂହାର ହୋଇଥିବା କଥାକୁ ଅବମାନନା କରିଛି। ୟୁକ୍ରେନ ଏପରି ଫଟୋ ଭାଇରଲ କରି ଲୋକଙ୍କୁ ଉସକାଉଛି ବୋଲି ରୁଷ କହିଛି।

Leave A Reply

Your email address will not be published.