ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । କିପିରି ଲୁଟେରା ଝରକା ତାଡି ଲୁଟିନେଲେ ଅନେକ ଧନ ସମ୍ପତି । ଚାଲାକ ଭାବେ ପାଚେରି ଡେଇଁ ଖସି ପଳାଉଛନ୍ତି ଏହି ଲୁଟେରା । ବିଳମ୍ବିତ ରାତ୍ରୀରେ ଘର ପଶି ଆଲମିରା ଭାଙ୍ଗି ଲୁଟିନେଲେ ଟଙ୍କା ଏବଂ ସୁନା ଗହଣା । ଏହି ଘଟଣାଟି ସାମ୍ନାକୁ ଆସିଛି ଭରତପୁର ଥାନା ଆଇଗଣିଆ ଅଞ୍ଚଳରୁ । ପରିବାର ଗୋଟିଏ ଘରେ ଶୋଇଥିବା ସମୟରେ ଦୁର୍ବତ୍ତ ମାନେ ଆଉ ଏକ ଘରେ ପଶି ଝରକା ତାଡି ଦଶ ଲକ୍ଷ ଟଙ୍କାର ସୁନା ଗହଣା ନଗଦ ୨୦ ହଜାର ଟଙ୍କା ଲୁଟିନେଇଛନ୍ତି । ୫ ଜଣ ଲୁଟେରା ଘରର ଝରକା ତାଡି ଆଲମିରା ଲକର ଭାଙ୍ଗି ୨ଟି ସୁନା ହାର ,୨ଟି ସୁନା ଚେନ୍ , ୨ସେଟ୍ ସୁନା ଚୁଡି , ୬ଟି ସୁନା ମୁଦି ,୪ଟି ସୁନା କାନଫୁଲ ଓ ତା ସହିତ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ସକାଳୁ ଉଠି ପରିବାର ଲୋକ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରା ମାନଙ୍କର କାରନାମା କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ଫୁଟେଜ ଆଧାରକୁ ନେଇ ଏକ ମାମଲା ରୁଜୁ କରିି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ । ଦେଖିବାକୁ ବାକି ରହିଲା ପୋଲିସ ଏହି ଘଟଣାର କେବେ ତଦନ୍ତ ଶେଷ କରି ଏହି ଲୁଟେରା ମାନଙ୍କୁ କାବୁ କରୁଛି ।
Sign in
Sign in
Recover your password.
A password will be e-mailed to you.