ବଲାଙ୍ଗିର, ୧୧ ସେପ୍ଟେମ୍ବର – ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ ଭୁଏ (୪୫) । ମୃତକଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏଠାରେ ବହୁଳ ମଦ ବିକ୍ରି ହୋଇଥାଏ ସୁରେଶ ମଦ୍ୟପାନ କରି ବହୁ ସମୟରେ ଗଣ୍ଡଗୋଳ କରିଥାଏ, ସେହି କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଆନୁମାନ କରାଯାଉଛି। ଖବର ପାଇ ସଦର ଥାନା ପୋଲିସ ଟିମ ସହ ଏସ୍ଡିପିଓ ତୁଫାନ ବାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କ ମୃତଦେହ ଉପରେ ଗଣେଶ ପୂଜା ପାଇଁ ଲାଗିଥିବା ବାଉଁଶ ଚାଳ ଓ ଲମ୍ବା ବାଉଁଶ ପଡ଼ିଛି । ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତରୁ ସତ୍ୟା ସତ୍ୟ ଜଣାପଡିବ।
Sign in
Sign in
Recover your password.
A password will be e-mailed to you.