ଶିମିଳିପାଳରେ ନିଆଁ ଲଗାଉଥିବା ୫ଜଣ ଗିରଫ

224

ଡୁମାଣୀ ଟିଭି ,୨୯/୩ : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ନିଆଁ ଲଗାଉଥିବା ବେଳେ ୫ ଜଣକୁ ଧରିଛି ବନବିଭାଗ । ଆଜି ତାଳବନ୍ଧ ରେଞ୍ଜର ୬ ଟି ଏବଂ ଚହଲା ରେଞ୍ଜ ଗୋଟିଏ ପଏଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଜଣକୁ ଗିରଫ କଲା ବନବିଭାଗ । ଏହି ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ର ଏସି .ଏଫ .ପ୍ରଦୀପ ଦେ ।

Leave A Reply

Your email address will not be published.