ଷଷ୍ଠ ଶ୍ରେଣୀର ଛାତ୍ର କୁ ନିର୍ଯ୍ୟାତନା ସେ ବି ବର୍ବରତା ର ସହ ।ଉପରିସ୍ଥ ଛାତ୍ର ମାନେ ହାତକୁ ବାନ୍ଧିକି ମାଡ଼ ମାରିଲେ ରୁମ୍ ରେ ବନ୍ଦ କରି ବ୍ଲେଡ ରେ କାଟିଦେଲେ ଏଭଳି ସାଂଘାତିକ ଘଟଣା ନଜର କୁ ଆସିଛି ମୟୁରଭଞ୍ଜ ଜିଲ୍ଲାରେ,ଖୁଣ୍ଟା ବ୍ଲକ୍ ର ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀର ଘରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ନଜର କୁ ଆସିଛି ସାଂଘାତିକ ଘଟଣା , ଛାତ୍ର ଜଣକ ର ବାପା ଜଣେ ଓଟୋ ଗାଡି ର ଡ୍ରାଇଭର ତାଙ୍କ ପୁଅ ଷଷ୍ଠ ଶ୍ରେଣୀର ପଢୁଥିବା ବେଳେ ଛୁଟି ରେ ଘରକୁ ଆସିଥିଲେ ସ୍କୁଲ ହଷ୍ଟେଲ କୁ ଫେରିବାକୁ ନାରାଜ ହେବାରୁ ବାପା ମା ପଚାରିବାରୁ କଥା ପଦାକୁ ଆସିଥିଲା । ଆଦିବାସୀ ହଷ୍ଟେଲରେ ବଡ ଶ୍ରେଣିରେ ପଢ଼ୁଥିବା ଛାତ୍ର ମାନେ କୁଆଡ଼େ ହଷ୍ଟେଲ ଛାତ ରେ ମଦ୍ୟପାନ କରୁଥିଲେ ଏହି କଥା ପିଡିତା ଛାତ୍ର ଜଣକ ଦେଖି ଶିକ୍ଷକ ଙ୍କୁ ଜଣାଇଥିଲା ,ହେଲେ ଶିକ୍ଷକ ଏହି ଘଟଣା ରେ ଚୁପ୍ ରହିଯିବା ରୁ ରୋଶ ର ଶିକାର ହୋଇଥିଲେ ଏହି ଷଷ୍ଠ ଶ୍ରେଣୀର ଛାତ୍ର ଜଣକ ଙ୍କ ବାପା ଓ ମା ଅଭିଯୋଗ କରିଛନ୍ତି କି ବଡ଼ ଶ୍ରେଣୀର ଛାତ୍ରମାନେ ତାଙ୍କ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ ଏପରିକି ହାତ ଓ ପିଠି ରେ ବ୍ଲେଡ ରେ କାଟି ଦେଇ ରୁମ୍ ରେ ବନ୍ଦ ରଖିଥିଲେ , ଛାତ୍ର ଜଣକ ଭୟଭୀତ ହୋଇ ଘଟଣା ଲୁଚାଇ ରଖିଥିଲେ ହେଲେ ଛୁଟି ରେ ଆସି ନ ଫେରିବାକୁ ଜିଦ୍ କରିବାରୁ ଘଟଣା ସାମ୍ନା କୁ ଆସିଛି। ଅନ୍ୟ ପଟେ ପିଡିତା ଛାତ୍ର ଙ୍କ ଅଭିଭାବକ ଖୁଣ୍ଟା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ମଧ୍ୟ ସେହି ହଷ୍ଟେଲ ର ଛାତ୍ର ମାନେ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଚାଲି ଚାଲି ପଳାଇ ଆସିଥିଲେ , ମୟୁରଭଞ୍ଜ ଜିଲ୍ଲାପାଳ ମଧ୍ୟ ସ୍କୁଲ ରେ ପହଞ୍ଚି ତଦନ୍ତ କରିଥିଲେ ହେଲେ ଏଭଳି ସାଂଘାତିକ ଅଭିଯୋଗ ପରେ ପୋଲିସ ଏବଂ ପ୍ରଧାନ ଶିକ୍ଷକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.