ସେପ୍ଟେମ୍ବର ୧ରେ ନବାନ୍ନ ଖାଇବେ ମାଁ ସମଲେଶ୍ବରୀ

148

ନବାନ୍ନ ଖାଇବେ ମା ସମଲେଶ୍ବରୀ । ନୂଆଖାଇ ଦିନ ମାଁ ଙ୍କୁ ନବାନ୍ନ ଲାଗି କରିବାର ନୀତି ରହିଛି । ଏହି ନବାନ୍ନ ଲାଗି ପରେ ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇବାର ପରମ୍ପରା ରହିଛି । ଯାହାକୁ ଅପେକ୍ଷା କରିଥାଏ ପୁରା ପଶ୍ଚିମ ଓଡିଶା । ଏହି ନୂଆ ଖାଇ ପାଇଁ କିଛି ମାସ ଆଗରୁ ସଜେଇ ହୋଇଯାଏ ପୁରା ପଶ୍ଚିମ ଓଡିଶା । ସେଠାକାର ଲୋକମାନଙ୍କ ଭିତରେ ଦେଖିବାକୁ ମିଳେ ଏକ ପ୍ରକାର ଉତ୍ସାହ । ଏକ ଖୁସିର ମାହୋଲ ସୃଷ୍ଟି ହୁଏ ଆଉ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଉଠେ । ସେହିପରି କ୍ରମରେ ଆଜି ମା’ଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ନୂଆ ସରିଆ ଧାନ ମା ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଛି । ପରମ୍ପରା ଅନୁସାରେ ଏହି ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁର ଗାଁରୁ ପ୍ରତିବର୍ଷ ମାଁ ଙ୍କ ନବାନ୍ନ ପାଇଁ ଆସିଥାଏ l ଆଉ ଏହା ଆଜି ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ପହଞ୍ଚିଛି l ଧାନ ପହଞ୍ଚିଲା ପରେ ନୂଆଁଖାଇ ଦିନ ମା ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ । ତେବେ ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।

Leave A Reply

Your email address will not be published.