ବ୍ରହ୍ମପୁର,: ଜଳସାଥୀଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ବ୍ୟବସ୍ଥା, ମାସିକ ପାଉଣା ୭.୫% ରୁ ସର୍ବ ନିମ୍ନ ୧୦% କରିବା, ବାର୍ଷିକ ବୋନସ, ପ୍ରୋଭିଡେଣ୍ଟ ଫଣ୍ଡ, ସରକାରୀ କର୍ମଚାରୀ ଭାବେ ସ୍ୱ୍ୱୀକୃତି, ସମସ୍ତ ଜଳସାଥୀଙ୍କୁ ବୀମା ଭୁକ୍ତ କରିବା ଓ ସେମାନଙ୍କ ଚାକିରୀ ନିୟମିତ କରିବା ଦାବିରେ ଗୁରୁବାର ଦକ୍ଷିଣ ଓଡ଼ିଶାର ଦଶ ଜ଼ିଲ୍ଲାରୁ ଆସିଥିବା ଶତାଧିକ ଜଳସାଥୀ ବ୍ରହ୍ମପୁର ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପୂର୍ବାହ୍ନ ଏଗାରଘଣ୍ଟ ସମୟରେ ସହରର ହିଲପାଟଣା ବିନାୟକ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ଆରଡିସି ଅଫିସକୁ ନିରବ ଶୋଭଯାତ୍ରାରେରେ ଯାଇଥିଲେ । ଏକ ପ୍ରତିନିଧିମଣ୍ଡଳ ଯାଇ ସ୍ମାରକପାତ୍ର ଦେଇଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ସୁଦର୍ଶନ ଛୋଟରାୟଙ୍କ ନେତୃତ୍ୱରେ ଜୋନାଲ ସଂଯୋଜକ ସୁପ୍ରଭା ରାଉତ, ଗଂଜାମ ଜ଼ିଲ୍ଲା ସଭାନେତ୍ରୀ ନିନା ବେଶୋଇ, ଜ଼ିଲ୍ଲା
ସଂଯୋଜକ ସଂଗୀତା ନାୟକଙ୍କ ସହ ମିନତୀ ଆଚାର୍ଯ୍ୟ ଓ ମଧୁ, କଳାହାଣ୍ଡି, ପ୍ରିୟଦର୍ଶିନୀ ମହାପାତ୍ର, କୋରାପୁଟ, ସୁନିତା ନାୟକ, ନବରଙ୍ଗପୁର, କମଳା ବେହେରା, ଜ୍ୟୋସ୍ନାରାଣୀ ମାଝୀ, ନୂତନ ଡାକୁଆ, କନ୍ଧମାଳ, ମାନସୀ ପଣ୍ଡା, ଗଜପତି, ଶିଳ୍ପା ବେହେରା ଓ ଦୀପାଳି ଡାକୁଆ, ବ୍ରହ୍ମପୁର ପ୍ରମୁଖ ସଂଯୋଜନା କରିଥିଲେ । ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଭେଟି ଜଳସାଥୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ପ୍ରସ୍ତାବ ବିଷୟରେ ଆଲୋଚନା କରିଥିଲେ ଓ କୋଡିଏ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ । ରାଜ୍ୟର ୫ ମୁନିସିପାଲ କର୍ପୋରେସନ, ୪୫ ମୁନିସିପାଲିଟି ଓ ୫୯ ଏନଏସି ରେ କାମ କରୁଥିବା ପ୍ରାୟ ୮୬୦ ଜଳସାଥୀ ଗତ ପାଞ୍ଚ ବର୍ଷ ଭିତରେ ୨୫୦ କୋଟି ଟଙ୍କା ରାଜସ୍ୱ ଜଳ ଯୋଗାଣ ଦେୟ ହିସାବରେ ସଂଗ୍ରହ କରିଥିଲେ ମଧ୍ୟ ସେମାନେ ବିବିଧ ସମସ୍ୟା ମଧ୍ୟରେ କାମ କରି ଜନଗଣଙ୍କୁ ସେବା ଯୋଗାଇ ଆସୁଛନ୍ତି । ନାନା ବିଧ ସମସ୍ୟାର ସମ୍ମୁଖୀନ ହୋଇ ଅତ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି । ୧୮ ଡ଼ିସେମ୍ବର ୨୦୧୯ରେ ଆଇମ୍ଭ ହୋଇଥିବା ଜଲସାଥୀ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ନିୟମିତ ଜଳ ମନ ପରୀକ୍ଷା, ନୂଆ ଘରକୁ ଜଳ ଯୋଗାଣ, ଅଣ ରାଜସ୍ୱ ଜଳ ଯୋଗାଣରୁ ରାଜସ୍ୱ ବ୍ୟବସ୍ଥା ମଧ୍ୟକୁ ଆଣିବା, ଜଳ ଯୋଗାଣ କ୍ଷେତ୍ରରେ ହେଉଥିବା ଅସୁବିଧା ଓ ନିୟମିତ ମିଟର ପରୀକ୍ଷା ପ୍ରଭୁତି ଜଳସାଥୀମାନେ କରୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ନିୟମିତ କରାଯାଇନି ଏପରିକି ସର୍ବନିମ୍ନ ମଜୁରୀ ବି ପାଉନାହାନ୍ତି । ଏହି ଶୋଭାଯାତ୍ରା ଓ ସମାବେଶ ରେ ଗଂଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜ଼ିଲ୍ଲାରୁ ଜଳସାଥୀମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧରେ ଶୋଭାସିନୀ ଚମ୍ପତି, ସୁଜ୍ଞାନୀ ଗୌଡ଼, ସୁଜାତା ପଣ୍ଡା, ପ୍ରଭାସିନୀ ପ୍ରଧାନ, ବିଜୟାଲକ୍ଷ୍ମୀ ପକ୍ଷତ୍ର, ସୁଷମା ମହାରଣା ଓ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ
Sign in
Sign in
Recover your password.
A password will be e-mailed to you.
Next Post