ହାତଛାଡି ଫୁଲ ଧରିଲେ ୮ ବିଧାୟକ

163

ଗୋଆର ଆଠ ଜଣ କଂଗ୍ରେସ ବିଧାୟକ ଶାସକ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି ବୋଲି ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ଶେଟ ତନାଭେଡେ ବୁଧବାର ଦିନ ପିଟିଆଇକୁ କହିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେମାନେ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିବା ଜାଣିବାକୁ ମିଳିଛି । 40 ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର 11 ଜଣ ବିଧାୟକ ଏବଂ ବିଜେପିରେ 20 ଜଣ ଅଛନ୍ତି । ଜୁଲାଇ 2019 ରେ ସମାନ ପଦକ୍ଷେପ ନେଇ 10 ଜଣ କଂଗ୍ରେସ ବିଧାୟକ ବିଜେପିକୁ ଯାଇଥିଲେ । ଗୋଆ କଂଗ୍ରେସ ବର୍ତ୍ତମାନ ଏକ ନୂଆ ସଙ୍କଟର ସମ୍ମୁଖୀନ ହୋଇଛି । କଂଗ୍ରେସ ଦଳ ରେ ଏବେ ଗୋଟେ ପରେ ଗୋଟେ ନେତା ଦଳ ଛାଡି ଅନ୍ୟତ୍ର ପଳାୟନ କରୁଛନ୍ତି । ଦଳରୁ ହଟାତ ଏତେ ଜଣ ବାହାରିବାକୁ ନେଇ ୱାସନିକ୍ ଦାବି କରିଛନ୍ତି ଯେ ଖରାପ ଉଦ୍ଦେଶ୍ୟ ଥିବା କିଛି ଲୋକ ଗୋଆ କଂଗ୍ରେସରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବିଧାୟକମାନେ ଏକଜୁଟ ହୋଇ ଏହାକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.