୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

242

ଡୁମାଣୀ ଟିଭି,୧୬/୪:୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉନ୍ମୋଚିତ ହୋଇଛି ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ।
ଓଡିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ରେ ଓଡ଼ିଶାରେ ବିଶ୍ୱକପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ବେଲଜିୟମ ଚାମ୍ପିଅନ ହୋଇଥିଲା ।

Leave A Reply

Your email address will not be published.