୧୦ ଦିନରେ ଆହୁରି କମିବ ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

173

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ଏବେ ତଳମୁଁହା ହୋଇଛି । ଲକଡାଉନ କଟକଣା ଯୋଗୁଁ ଏହାର ପ୍ରଭାବ ପଡିଛି । ଗତ କିଛି ଦିନ ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଓ ୭ ହଜାର ରହିବା ପରେ ଆଜି ଏହା ୬ ହଜାରକୁ ଖସିଛି । ଆଗାମୀ ସପ୍ତାହେ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିବା ନେଇ ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପକ୍ଷରେ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି । ସେ ଆହୁରି କହିଛନ୍ତି, ଏବେ ଟୀକାକରଣର ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ୧୮ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁ ଅନୁସାରେ ଟିକା ରାଜ୍ୟକୁ ମିଳୁଛି, ସେହି ଅନୁସାରେ ପ୍ଲାନ କରାଯାଉଛି ।

Leave A Reply

Your email address will not be published.