ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ

170

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି । ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା । ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି ।

ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି । କଟକ ଓ ସମ୍ବଲପୁରରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି । କଟକରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି । ମାଲକାନଗିରିରେ ପୂର୍ବରୁ ପେଟ୍ରୋଲ ଦର ଶହେ ପାର୍ କରିଥିଲା ବେଳେ ଆଜି ସେଠାରେ ଏହାର ଦର ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି । ସେହିପରି ଡିଜେଲ ଦାମ୍ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି । ପେଟ୍ରୋଲ ଦର ବୃଦ୍ଧି ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.