ଭୁବନେଶ୍ୱର : କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣର ପ୍ରଭାବ କମ୍ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଆମ ରାଜ୍ୟରେ ପ୍ରଥମ ଲହରରେ ୧୨ ପ୍ରତିଶତ, ଦ୍ୱିତୀୟ ଲହରରେ ବି ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି । ବର୍ତମାନ ସମୟରେ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ଶିଶୁମାନେ କମ୍ ସୁରକ୍ଷିତ । ଅନ୍ୟ ବୟସର ଲୋକ ଟିକା ନେଇ ସାରିଥିବାରୁ ସେମାନଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇସାରିଛି । ସେହି ତୁଳନାରେ ଶିଶୁମାନଙ୍କ ପ୍ରତି ଅଧିକ ଭୟ ରହିଛି । ଗୋଟିଏ ଶିଶୁ ସଂକ୍ରମିତ ହେଲେ ବି ଏହା ଗୁରୁତ୍ୱପୂର୍ଣ୍ଣ । ଏହା ଆମ ପାଇଁ ଚିନ୍ତାଜନକ । ଶିଶୁଙ୍କ ସୁରକ୍ଷା ଲାଗି ଅଭିଭାବକ ଓ ସରକାରଙ୍କ ଦାୟିତ୍ୱ ରହିଛି । ସ୍କୁଲକୁ ଯାଉଥିବା ପିଲାମାନଙ୍କ ଦାୟିତ୍ୱ ଶିକ୍ଷକଙ୍କ ହାତରେ ରହିଛି ।ଶିଶୁଙ୍କୁ ସୁରକ୍ଷାମୂଳକ ବାତାବରଣ ଯୋଗାଇଦେବ ଆବଶ୍ୟକ । ବର୍ତମାନ ସ୍ଥିତିରେ ଭୁତାଣୁର ଉତ୍ସକୁ ନିୟନ୍ତ୍ରଣ ରଖିବାକୁ ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।