ଖୋର୍ଦ୍ଧା: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ଆରାଧ୍ୟ ଦେବୀ କାଳୀଯାଇ ପୀଠରେ ଆଜି ମକର ସଂକ୍ରାନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ଓ ଭକ୍ତଙ୍କ ଭିଡ଼କୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ କାଳୀ ଯାଇ ଠାରେ ପ୍ରତି ବର୍ଷ ମକର ସଂକ୍ରାନ୍ତୀ ଅବସରରେ କାଳୀଯାଇ ପୀଠରେ ମକର ମେଳା ଲାଗିଥାଏ । ଯେଉଁଥିରେ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରୀ ହୋଇଥିଲେ ମଧ୍ୟ ମାଙ୍କ ପୂଜାନୀତି ପରମ୍ପରା ଅନୁସାରେ ଯଥାବିଧି ଜାରୀ ରହିଛି । ପୂଜକ ମାନେ କରୋନା କଟକଣାକୁ ଅନୁପାଳନ ପୂର୍ବକ ମାଙ୍କ ପୂଜା ଓ ଅନ୍ୟାନ୍ୟ ନୀତି ଚଳାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.