ହୀରାକୁଦର ୨ଟି ଗେଟ୍ ଖୋଲିଲା

147

ଭୁୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଜି ହୀରାକୁଦର ମୋଟ ୬ଟି ଗେଟ୍ ଖୋଲିବ।

ଏହା ପୂର୍ବରୁ ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଥିଲେ ଯେ ହୀରାକୁଦ ବନ୍ଧର ଉପରମୁଣ୍ଡରେ ୪୬.୪୬ ମିଲିମିଟର ବର୍ଷା ହୋଇଥିବା ବେଳେ ତଳମୁଣ୍ଡରେ ୧୨୨.୯୪ ମିଲିମିଟର ବର୍ଷା ହୋଇଛି । ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧.୯୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତଳ ମୁଣ୍ଡ ଓ ଉପରମୁଣ୍ଡରେ ସ୍ଥିତିକୁ ବିଚାରକୁ ନେଇ ଅପରାହ୍ଣ ୫ଟାରୁ ପର୍ଯ୍ୟାୟ କ୍ରମେ ଡ୍ୟାମ୍ ର ୬ଟି ଗେଟ୍ ଖୋଲିବାକୁ ନିଷ୍ପତି ହୋଇଛି । ସେହିଭଳି ଆସନ୍ତାକାଲି ସ୍ଥିତିକୁ ଦେଖି ଗେଟ୍ ଖୋଲା ଯିବ ।

Leave A Reply

Your email address will not be published.