-ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
-ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢ଼ିତୋଳିବାକୁ ଯୋଜନା
-ଅଧିକ ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ
ଭୁବନେଶ୍ୱର :ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟୁଡିଓ ପରିସରରେ ପହଞ୍ଚି ଏହାର ପୁନରୁଦ୍ଧାରପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ଅଧ୍ୟକ୍ଷ କୁନା ତ୍ରିାଠୀ, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପୂର୍ବରୁ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହେଉଥିଲା । ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ବାହାର ରାଜ୍ୟକୁ କିମ୍ବା ବିଦେଶ ଯିବାକୁ ପଡୁନଥିଲା । କିନ୍ତୁ ୧୯୯୯ ମସିହା ମହାବାତ୍ୟା କଳିଙ୍ଗ ଷ୍ଟୁଡିଓକୁ ଛାରଖାର କରି ଦେଇଥିଲା । ଭୁଶୁଡି ପଡିଥିଲା କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି । ଫିଲ୍ମ ସୁଟିଂ ପାଇଁ ସେଭଳି ଆଉ ପରିବେଶ ନଥିଲା । ବଣ ବୁଦା ଚାରି ଆଡକୁ ମାଡିଯିବା ସହ ଷ୍ଟୁଡିଓ ଭିତରେ ଆଡ୍ଡା ଜମାଇଲେ ଗାଈଗୋରୁ ।
କିନ୍ତୁ ଏବେ ପୁଣିଥରେ କଳିଙ୍ଗ ଷ୍ଟୁଡିଓ ଜୀବନ୍ୟାସ ପାଇବାକୁ ଯାଉଛି । ଆଉ ଏହାକୁ ନୂଆ ଜୀବନ ଦେବା ନବୀନ ଉଠାଇଛନ୍ତି ବଡ଼ ପଦକ୍ଷେପ । ଯାହାକୁ ସିନେ କଳାକାର ପ୍ରଂଶସା କରିଛନ୍ତି ।