୨୬୫ କେଜି ଗଞ୍ଜେଇ ଜବତ ୨ ଗିରଫ

156

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏକ ଗଞ୍ଜେଇ ଚୋରା ଚାଲାଣର ପର୍ଦାଫାଶ କରିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣରେ ୨ ଅଭିଯୁକ୍ତଙ୍କ ସହ ଜଣେ ନାବାଳକ ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୩୧ ଗ୍ରାମ ନିକଟର ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇଁ କାଲିମେଳା ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଅଟୋ ଅଟକାଇଥିଲେ । ଅଟୋରୁ ପୋଲିସ ୨୬୫ କେଜି ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୨୬୫ 000/- ଟଙ୍କା ହେବ । ଚୋରା ଗଞ୍ଜେଇ ଚାଲାଣରେ ଏକ ବ୍ୟବହୃତ ଓଡି ୩ 0ବି ୯୭୭୭ ଅଟୋ, ଓଡି ୧0ସି ୭୭0୮ ନମ୍ବରର ଏକ ମଟର ସାଇକେଲ, ତିନୋଟି ମୋବାଇଲ ଫୋନକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ପଞ୍ଜାବର ଲୁଧିୟାନା ଜିଲ୍ଲାର ତାଲମାଣ୍ଡି ଗ୍ରାମର ମଙ୍ଗତ ରାମ ସେକାଲିମେଳାରେ ଏକ ଭଡା ଘରେ ରହୁଥିଲେ । ଅନ୍ୟ ଜଣେ ମାଲକାନଗିରି ଜିଲ୍ଲା ବେଜେଙ୍ଗିୱାଡା ପଞ୍ଚାୟତ ବେହେରାଗୁଡା ଗ୍ରାମର ପଦଲମ ବେହେରା । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.