୩ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଗିରଫ

165

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ବେଧଢକ ଭାବେ ଚାଲିଛି ଗଞ୍ଜେଇ ମାଫିଆଙ୍କ ରାଜ । ରାଜାବନ୍ଦ ଗ୍ରାମ ଛକ ନିକଟରେ ପୋଲିସ ଜବତ କଲା ତିନି କୁଇଣ୍ଟାଲ ଦଶ କେଜି ପାଞ୍ଚ ଶହ ଗ୍ରାମ ଗଞ୍ଜେଇ । ପ୍ରାପ୍ତ ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣ ଖବର ପାଇଁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ଓ ତାଙ୍କ ଟିମ୍ ବାଲିମେଳା ନାକାମାମୁଡି ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ ରାଜାବନ୍ଦ ଗ୍ରାମର ଛକ ନିକଟରେ OD30-0253 ନମ୍ବର ଅଟୋ ଓ ଏକ OR10j 0386 ନମ୍ବର ମୋଟର ସାଇକେଲ ଗାଡି ଆଗ ପଛ ହୋଇ ଯାଉଥିବା ଦେଖି ଅଟକାଇ ଥିଲେ । ପୋଲିସକୁ ଦେଖି ଦଉଡି ପଳେଇ ଯାଇଥିବା ବେଳେ ଜଣକୁ କାବୁ କରି ନେଇଥିଲା ପୋଲିସ ଟିମ୍ । ପରେ ଅଟୋ ମଧ୍ୟରେ ଗଞ୍ଜେଇ ଥିବା ଦେଖି ଅଟୋ ଓ ଚାଳକଙ୍କୁ ଚିତ୍ରକୋଣ୍ଡା ଥାନାକୁ ନେଇଯାଇଥିଲେ । ଅଟୋ ଭିତରେ ସମୁଦାୟ ତିନି କୁଇଣ୍ଟାଲ ଦଶ କେଜି ପାଞ୍ଚ ଶହ ଗ୍ରାମ ଗେଞ୍ଜଇ ଥିବା ଜଣାପଡିଛି । ଉକ୍ତ ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟର ସାଇକେଲ ଜବତ କରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଏହି ଗଞ୍ଜେଇ ଚାଲାଣ ରାକେଟରେ ଗିରଫ ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲା କାଲିମେଳାର ସୁଧିର ବରାଳ ବୋଲି ସୂଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ହେଲେ ଜଣେ ସୁନା ଅଳଙ୍କାର ବ୍ୟବସାୟୀ ଓ କାଲିମେଳା ମାର୍କେଟରେ ପାୟଲ ନାମରେ ଏକ ସୁନା ଦୋକାନ ରହିଛି ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ ଚିତ୍ରକୋଣ୍ଡା ଥାନା କେଶ୍ ନଂ73 dt 11/06/2021 U/S 20 (B)ii(C)NDPSରେ ଏକ କେଶ୍ ରୁଜୁ କରାଯାଇ ଆସାମିକୁ କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.