ଓଡ଼ିଶାକୁ ୩୩୩ କୋଟିର ସହାୟତା

169

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି । ୨୫ଟି ରାଜ୍ୟକୁ ଏହି ସହାୟତା ରାଶି ପ୍ରଦାନ କରିଛି ଅର୍ଥ ମନ୍ତ୍ରଣାଳୟ । ମୋଟ ୮୯୨୩. ୮ କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି । ଆନ୍ଧ୍ରପ୍ରଦେଶକୁ ୩୮୭. ୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅରୁଣାଚଳପ୍ରଦେଶକୁ ୩୪ କୋଟି, ଆସାମକୁ ୨୩୭.୨ କୋଟି, ବିହାରକୁ ୭୪୧.୮ କୋଟି, ଛତିଶଗଡକୁ ୨୧୫ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିୟାଣାକୁ ୧୮୭ କୋଟି, ହିମାଚଳ ପ୍ରଦେଶକୁ ୬୩.୪ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, କେରଳକୁ ୨୪୦.୬ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ମଣିପୁରକୁ ୨୬.୨ କୋଟି, ମିଜୋରାମକୁ ୧୩.୮ କୋଟି, ଓଡିଶାକୁ ୩୩୩. ୮ କୋଟି ପ୍ରଦାନ କରାଯାଇଛି । ସେହିପରି ପଞ୍ଜାବକୁ ୨୦୫.୨ କୋଟି, ରାଜସ୍ଥାନକୁ ୫୭୦.୮ କୋଟି, ସିକିମକୁ ୬.୨ କୋଟି, ତାମିଲନାଡୁକୁ ୫୩୩.୨ କୋଟି, ତେଲେଙ୍ଗାନାକୁ ୨୭୩ କୋଟି, ତ୍ରିପୁରାକୁ ୨୮.୨ କୋଟି, ଉତ୍ତରପ୍ରଦେଶକୁ ୧୪୪୧.୬ କୋଟି, ଉତ୍ତରାଖଣ୍ଡକୁ ୮୫ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.