ବାଣପୁର ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

179

ଖୋର୍ଦ୍ଧା : ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏକ ଭରଚୁଆଲ ବୈଠକ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ୫-ଟି ଅନ୍ତର୍ଭୁକ୍ତ ‘ମୁକ୍ତା’ ଯୋଜନା ମାଧ୍ୟମରେ ବାଣପୁର ଏନଏସିର ରୂପାନ୍ତରିକରଣ ପାଇଁ ନିବେଦନ କରାଯାଇଥିଲା । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ରୂପାନ୍ତରିକରଣ ଲାଗି ମୋଟ୍ ୩ କୋଟି ୧୩ ଲକ୍ଷ ଟଙ୍କାର ଅନୁମୋଦନ ପାଇଁ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ତେବେ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନୂତନ ରାସ୍ତା, ଜଳାଶୟ, ମୁକ୍ତାକାଶ ବ୍ୟାୟାମଶାଳା, ଡ୍ରେନ, ଭେଣ୍ଡିଂ ଜୋନ ଓ ପାର୍କ ଆଦି ସାମିଲ ଥିବା ଜଣାପଡିଛି ।

ଏହି ଭରଚୁଆଲ ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଏନଏସି ପ୍ରଶାସକ ତଥା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଏବଂ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.