୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

157

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦିଲି ପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ପୋଲିସ ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ପୋଲିସ ଗୋବିନ୍ଦପାଲି ଓ ବାଲିମେଳା ଜାତୀୟ ରାଜପଥରେ ଯାନବାହାନ ଚେକ୍ କରୁଥିଲେ । ଏହି ସମୟରେ ଏକ ଟାଟା ଜ଼ଏସ୍ଟି କାର୍ ନଂ ଏମପି ୨୨ ସିଏ-୩୫୭୩ କୁ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ କାର୍ ଭିତରେ ୫୦ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇ ଚୋର ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୫0 କେଜି ଗଞ୍ଜେଇ, ଏକ କାର୍, ଦୁଇଟି ମୋବଇଲ୍ ଫୋନ୍ ଓ ନଗଦ ୧୩00 ଟଙ୍କା ଜବତ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ ସେଓନି ଜିଲ୍ଲାର ସୌରବ ଭଶଳେ ଓ ବ୍ରଜେଶ ତିୱାରୀ ।

Leave A Reply

Your email address will not be published.