କାର୍ ରୁ ୭ କୋଟି ୯୦ ଲକ୍ଷ ନକଲି ନୋଟ୍ ଜବତ : ୩ ଗିରଫ

142
ଜୟପୁର: ଏକ କାର୍ ଯୋଗେ ଛତିଶଗଡ଼ରୁ ଆନ୍ଧ୍ର ଚାଲାଣ ବେଳେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ କୁ ଜବତ କରିଛି ପଟାଙ୍ଗୀ ପୋଲିସ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଆଜି ଭୋର୍ ସମୟରେ ଏହି କାର୍ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପଟାଙ୍ଗୀ ପୋଲିସ କାର୍ ଟିକୁ ସୁଙ୍କି ନିକଟରୁ ଧରିବାରେ ସଫଳ ହୋଇଥିଲା । ଯାଂଚ୍ ବେଳେ କାର୍ ରୁ ଏହି ବିପୁଳ ପରିମାଣର ନକଲି ଟଙ୍କା ଜବତ କରାଯାଇଥିଲା । ଜବତ ନୋଟ୍ ସବୁ ୫୦୦ ଟଙ୍କିଆ ହୋଇଥିବା ଜଣାପଡିଛି । ପଟାଙ୍ଗୀ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ତେବେ ଏତେ ମାତ୍ରାରେ ଏହି ନକଲି ନୋଟ୍ କେଉଁଠୁ ଆସିଲା, କାହା ପାଖକୁ ଯାଉଥିଲା, ଏହା ପଛରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେସବୁ ବାବଦଦରେ ଛାନଭିନ୍ ଜାରୀ ରଖିଛି ପୋଲିସ ।
Leave A Reply

Your email address will not be published.