ରାଜ୍ୟରେ ଗୋଟିଏ ଦିନରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

165
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୩୭୧୦୪
ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ  ୮୬  ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୩୩୭୧୦୪  କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା  ୩୩୪୪୬୩ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ମାମଲା  ୬୭୩ରହିଛି ।
ଆଜି ଚିହ୍ନଟ ହୋଇଥିବା ୮୬  ଜଣଙ୍କ ମଧ୍ୟରୁ   ୫୧  ଜଣ ସଂଗରୋଧରୁ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୧ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
Leave A Reply

Your email address will not be published.