କେନ୍ଦୁଝରରେ ରାସ୍ତା ଦୁର୍ଘଟଣାରେ ୨ ମୃତ: ଟ୍ରକ ପଛରୁ ପିଟିଲା ବୋଲେରୋ

178

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ଅନେକ ସମୟରେ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧିରେ ସହାୟକ ହେଉଥିବା ସପକ୍ଷରେ ମତ ପ୍ରକାଶ ପାଉଅଛି । ଇତି ମଧ୍ୟରେ ଜାତୀୟ ରାଜପଥ ଉପରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ଦୁଖଃଦ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଘଟଛି । ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସେହି କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡି ଗତକାଲି ବିଳମ୍ବିତ ରାତ୍ରୀରେ ଖିରେଇଟାଙ୍ଗିରୀ ପଟରୁ ତୁରୁମୁଙ୍ଗା ଅଂଚଳକୁ ଆସୁଥିବା ବେଳେ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକର ପଛରେ ବାଡେଇ ହୋଇଥିଲା । ଏହି ଧକ୍କାଟି ଏତେ ଜୋରରେ ଥିଲା ଯେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାକୁ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ଦ୍ୱୟଙ୍କ ମଧ୍ୟରେ ଡ୍ରାଇଭର ଗୋପାଳ ଚନ୍ଦ୍ର ମହାନ୍ତ ଓ ଅନ୍ୟ ଜଣେ ଦିଲୀପ କୁମାର ମହାନ୍ତ ଓ ସେମାନଙ୍କ ଘର ଖିରେଇଟାଙ୍ଗିରି ଅଂଚଳରେ ବୋଲି ଜଣା ପଡିଛି । ଏଠାରେ ଜାତୀୟ ରାଜପଥର ନିର୍ମାଣ ଶୈଳୀରେ ତୃଟି ଏବଂ ଅଣ୍ଡରପାଶ ନିର୍ମାଣ ହୋଇ ନଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ମାନ ଘଟୁଥିବା ସ୍ଥାନୀୟ ଅଂଚଳବାସୀ ପ୍ରକାଶ କରରିଛନ୍ତି । ଦୁର୍ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଂଚି ଦୁର୍ଘଟଣାଗ୍ରସ୍ତ କୋଲେରୋ ଜବଦ କରିବା ସହ ଗଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.