ବିଶ୍ୱ ରକ୍ତଦାନ ଦିବସ ପାଳିତ

200

ମାଲକାନଗିରି : ରକ୍ତର ବିଭିନ୍ନ ଗ୍ରୁପ ବା ବର୍ଗ ରହିଥିବା ବିଷୟ ବୈଜ୍ଞାନିକ କାର୍ଲ ଲାଣ୍ଡଷ୍ଟୋନର ଆବିଷ୍କାର କରିବା ପରେ ମଣିଷ, ଶରୀରରେ ରକ୍ତ ଦେବା ନେବା ସମ୍ଭବ ହୋଇଥିଲା । ତେଣୁ ତାଙ୍କ ଜନ୍ମ ଦିବସ ଜୁନ 14 ତାରିଖକୁ ବିଶ୍ୱ ରକ୍ତଦାନ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନକରାଯାଉଛି । ଏହି ଅବସରରେ ସ୍ଥାନିୟ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ମାଲକାନଗିରି ମହାବିଦ୍ୟାଳୟର କର୍ମଚାରୀ ଓ ବିଭିନ୍ନ ସ୍ବେଛାସେବୀ ସଂସ୍ଥାର କର୍ମକର୍ତାକୁ ନେଇ ମାଲକାନଗିରି ଯୁବ ରେଡ଼କ୍ରସ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି ସଭାରେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଅଧକ୍ଷତା କରି ରକ୍ତଦାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।ମାଲକାନଗିରି ଯୁବ ରେଡ଼କ୍ରସର ଆବାହକ ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବାସହ ରକ୍ତଦାନର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ସମସ୍ତଙ୍କୁ ରକ୍ତଦାନ କରିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ମାଲକାନଗିରି ଯୁବ ରେଡ଼କ୍ରସର ସଂଯୋଜକ ଡ଼ି ଆଶିଷ ରାଠୋର ଯୋଗଦେଇ ରକ୍ତଦାନ ଦ୍ୱାରା ହେଉଥିବା ଲାଭ ସଂପର୍କରେ ସମସ୍ତଙ୍କୁ ଜଣାଇବାସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହିତ କରିବାପାଇଁ ଅନୁରୋଧ କରଥିଲେ । ଏହି ସଭାରେ ମହାବିଦ୍ୟାଳୟର ଭାଗବତ ସ୍ୱାଇଁ, ମନୋରଞ୍ଜନ ପରିଡା, ସୁଜିତ କୁମାର ପାଣିଗ୍ରାହୀ, ଜଗନ୍ନାଥ ସାହୁଙ୍କ ସମତେ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.