ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଛି। ତାଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ ଅଣାଯାଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍ ରଖିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ନିଜ ସୁରକ୍ଷା ପାଇଁ ସେଠି ବାଉନ୍ସର୍ ବି ନିୟୋଜିତ କରିଥିବା ଭିଜିଲାନ୍ସ ଟିମ୍ ପାଖରେ ସୂଚନା ମିଳିଛି। ମୁମ୍ବାଇରେ ଏକ କମ୍ପାନୀର ଏମ୍ଡି ଭାବେ ଅଭୟଙ୍କ ପୁଅ ନିଜକୁ ପରିଚୟ ଦେଇଥିଲେ। ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ, ତାକୁ ନେଇ ଏବେ ଖୋଳତାଡ଼ କରାଯାଉଛି। ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରର ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରଛି। ଅଭୟକାନ୍ତଙ୍କ ଜଣେ ପୁତୁରାଙ୍କ ଘରୁ ୫୦ ଲକ୍ଷ, ପିପିଲିରେ ଥିବା ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି। ମୁମ୍ବାଇ ଓ ପୁଣେରେ ଥିବା ଫାର୍ମ ହାଉସ୍ ସହ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ଅନ୍ୟପକ୍ଷେ, ସମ୍ପତ୍ତି ଆୟ ବହିର୍ଭୁତ ନୁହେଁ ବୋଲି ସମ୍ପୃକ୍ତ IFS ଅଧିକାରୀ ସଫେଇ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.