ଇଟାଭାଟିକୁ ବିଦ୍ୟୁତ ଚୋରି କରି ଫ୍ୟାକ୍ଟ୍ରି ଚଳାଉଥିବା ମାଲିକଙ୍କ ନାମରେ ଥାନାରେ ଏତଲା : ବିଦ୍ୟୁତ ବିଭାଗର ଏକ ସଫଳତା

131

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ପଡୋଶୀ ବ୍ଲକ ସେକ୍ସନ ଅଧିନ କେର୍ଲା ନିକଟରେ ଏକ ଓ.ଏଲ.ଆଇ.ସି. ପଏଣ୍ଟ ଟ୍ରାନ୍ସଫର୍ମରରୁ ଜଣେ ବ୍ୟକ୍ତି ଯିଏ କି ଫ୍ଲାଏ ଆସ ବ୍ରିକ୍ସ୍ ଫ୍ୟାକ୍ଟ୍ରି ମାଲିକ ଚୋରା ଲାଇନରେ ଫ୍ୟାକ୍ଟ୍ରି ଚଲାଉ ଥିଲେ । ଖବର ପାଇ ବିଦ୍ୟୁତ ବିଭାଗର ଏନ୍ଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ଦ୍ୱାରା ଚଢାଉ କରାଯାଇ ତିନି ଫେଜ୍ ଲାଇନ ବିଦ୍ୟୁତ ଚୋରି କରିଥିବା ଫ୍ୟାକ୍ଟ୍ରି ମାଲିକଙ୍କ ନାମରେ ତା୨୧/୬ ସୋମବାର ଦିନ କୋଷାଗୁମୁଡ଼ା ଥାନାରେ ବିଦ୍ୟୁତ ବିଭାଗ ଧାରା ୧୩୫,୧୩୬,୧୪୦ରେ ଏତଲା ଦିଆଯାଇଛି ।

ଆଗାମୀ ଦିନରେ ବିଦ୍ୟୁତ୍ ବିଭାଗ ଦ୍ୱାରା ଚଢାଉ ଜାରି ରହିବ ବୋଲି ବିଦ୍ୟୁତ ବିଭାଗ ଏସ ଡି ଓ (ପାପଡାହାଣ୍ଡି)ଶ୍ରୀ ନବୀନ କୁମାର ପାଢ଼ୀ ସୁଚନା ଦେଇଛନ୍ତି ଓ ଜନସଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ବିଦ୍ୟୁତ ଶୁଳ୍କ୍ ବିଦ୍ୟୁତ କାର୍ଯ୍ୟାଳୟରେ କୋଭିଡ୍ ନିୟମ ପାଳନ କରି ଯଥା ମୁହଁରେ ମାସ୍କ୍ ପିନ୍ଧି, ସାମାଜିକ ଦୂରତା ଅବଲମ୍ବନ କରି ବାନ୍ଧି ଦିଅନ୍ତୁ, ନଚେତ ଅନଲାଇନ୍ ରେ ବାନ୍ଧି ବିଦ୍ୟୁତ ଲାଇନ ସହ ଯୋଡି ହୋଇ ରୁହନ୍ତୁ । ଏତଦ ବ୍ୟତୀତ ବିଦ୍ୟୁତ ଚୋରି କରୁଥିବା ଘର ଲାଇନ, ଦୋକାନ ଲାଇନ କିମ୍ବା ଇଣ୍ଡଷ୍ଟୀ ଲାଇନକୁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ କିମ୍ବା କଷ୍ଟମ୍ବର୍ କେୟାରକୁ ଜଣାଇବାକୁ ଅନୁରୋଧ କରି କହିଛନ୍ତି ।

ସୂଚନା ଦେଇ ଥିବା ବ୍ୟକ୍ତିଙ୍କ ନାମକୁ ଘୋଷଣା କରା ନ ଯାଇ ଗୋପନ ରଖାଯିବ ବୋଲି କହିଛନ୍ତି । ଉକ୍ତ ବିଦ୍ୟୁତ ଚୋରି କରିଥିବା ସ୍ଥାନରେ ଚଢାଉ ସମୟରେ ପାପଡାହାଣ୍ଡି ବିଦ୍ୟୁତ ବିଭାଗ ଏସ ଡି ଓ ଶ୍ରୀ ପାଢୀ, କୋଷାଗୁମୁଡା କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ, ପାପଡାହାଣ୍ଡି ସବ ଡ଼ିଭିଜନ୍ ଇନ୍ଚାର୍ଜ ଜୁନିଅର ଆକାଉଣ୍ଟାଣ୍ଡ ଉତ୍ତମ କୁମାର ବାରିକ୍, ଲାଇନ୍ ମ୍ୟାନ(ଏ)ବନମାଳୀ ସାମନ୍ତ ଓ ଲାଇନ୍ ମ୍ୟାନ(ସି) ମଳୟ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ରହି ଚଢାଉରେ ସହଯୋଗ କରିଥିଲେ । ଉକ୍ତ ଭିଜିଲାନ୍ସ ଟିମ୍ ରେ ଟିମ ଲିଡର ପାପଡାହାଣ୍ଡି ଏସ ଡ଼ି ଓ ଶ୍ରୀ ପାଢୀ ରହି ଚଢାଉ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.