ଅନଲାଇନ ଟିକାକରଣ ନେଇ ଚିନ୍ତାରେ ଉପାନ୍ତ ଅଞ୍ଚଳବାସୀ

151

ମୁନିଗୁଡା : କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ବ୍ୟାପକ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ପ୍ରଥମେ ବରିଷ୍ଠ ନାଗରିକ ଦ୍ୱିତୀୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଓ ବର୍ତ୍ତମାନ ଓ ତୃତୀୟ ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷୀୟ ବ୍ୟକ୍ତି ମାନଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ବର୍ତ୍ତମାନ ରାୟଗଡା ଜିଲ୍ଲାରେ ବିଭିନ୍ନ କେନ୍ଦ୍ରରେ ସୋମବାର ଠାରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅମ୍ବାଦଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକାକରଣ ମଧ୍ୟ ଆରମ୍ଭ ହୋଇଛି । ବିନା ଜନଗହଳିରେ କିପରି ସୁରୁଖୁରୁରେ ଟୀକାକରଣ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନଲାଇନ ରେଜିଷ୍ଟେସନ ବାଧ୍ୟତାମୂଳକ କରାଯାଇଛି । ଏହି ଅନଲାଇନ ରେଜିଷ୍ଟେସନ ବୁକିଙ୍ଗ ବିଷୟରେ ସହରାଞ୍ଚଳ କିଛି ଲୋକ ଅବଗତ ଥିବାବେଳେ କିଛି ଲୋକ ଅବଗତ ମଧ୍ୟ ନୁହନ୍ତି । ଅମ୍ବାଦଳା ଅଞ୍ଚଳରେ ଏମିତି କିଛି ଉପାନ୍ତ ଗ୍ରାମ ମାନ ଅଛି ଯେଉଁଠିକି ମୋବାଇଲ ଟାୱାର ଦେଖିବା ସାତ ସପନ ହୋଇଥିବା ବେଳେ ଏଣ୍ଡ୍ରଡ଼ ମୋବାଇଲ ମଧ୍ୟ ନାହିଁ । ଯେମିତିକି ରଘୁବାରି, ଡିମିରିଗୁଡା,ସରଧାପୁର, ଇଚ୍ଛାପୁର ଭଳି ଗ୍ରାମମାନଙ୍କରେ ମୋବାଇଲ ଟାୱାର ନଥିବାରୁ ପିଲାନାନଙ୍କୁ ଅନଲାଇନ ପାଠ ପଢ଼ାରେ ଅସୁବିଧା ହେଉଥିବା ବେଳେ ଟୀକାକରଣ ପାଇଁ କେମିତି ଭାବରେ ଅନଲାଇନ ବୁକିଙ୍ଗ କରିବେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଉପାନ୍ତ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେଲା ମୋବାଇଲ ଟାୱାର ପାଇଁ ପ୍ରଶାସନଠୁ ଆରମ୍ଭ କରି ଲୋକ ପ୍ରତିନିଧି ମାନଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଟାୱାର ନଥିବାରୁ ଅନଲାଇନ ଟୀକାକରଣକୁ ଗ୍ରାମବାସୀ ନାପସନ୍ଦ କରୁଛନ୍ତି । ସେହିପରି ସହରାଞ୍ଚଳରେ ମଧ୍ୟ କିଛି ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ଏଣ୍ଡ୍ରଡ଼ ମୋବାଇଲ ନଥିବାରୁ ନାମ ପଞ୍ଜିକୃତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହି ଟୀକାକରଣ ପାଇଁ ଆଗୁଆ ନାମ ଅନଲାଇନରେ ପଞ୍ଜୀକୃତ ନ କରାଯାଇ ଅଫଲାଇନରେ କରାଗଲେ ଉପାନ୍ତ ତଥା ଗରିବ ଶ୍ରେଣୀର ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଅନଲାଇନ ବୁକିଙ୍ଗକୁ ନାପସନ୍ଦ କରିବା ସହ ଅପଳାଇନରେ ଟିକା ଦେବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.