ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତ୍ରରେ ଏକ ବିରଳ ଶିଶୁ ଜନ୍ମ ହୋଇଛି । ଶିଶୁଟି ଗୁରୁତର ଥିବାରୁ ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଳକର ସାନ୍ତାଇପୁଟ ଗ୍ରାମର କୈଳାସ କୁମ୍ଭାର ଓ ତାଙ୍କ ସ୍ତ୍ରୀ ପ୍ରମିଳା କୁମ୍ଭାର ଆସି କାଲିମେଳା ବ୍ଳକ ଏମଭି ୭୨ ଗ୍ରାମର କୁମ୍ଭାର ସାହିରେ ରହୁଛନ୍ତି ।
ଗତକାଲି ଗର୍ଭବତୀ ଥିବା ପ୍ରମିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ କାଲିମେଳା ମେଡିକାଲକୁ ଆଣିଥିଲେ । ସେଠାରେ ସେ ୩ କେଜି ୨୬ ଗ୍ରାମ ଓ ୩ କେଜି ୩୬ ଗ୍ରାମର ଦୁଇ ଟି ଶିଶୁକୁ ଜନ୍ମ ଦେଇଥିଲେ । ଗୋଟିଏ ଶିଶୁ ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଶିଶୁ ଅଭୂତ ଭାବେ ଜନ୍ମ ହୋଇଥିବା ଦେଖିବାକୁ ମିଳିଥିଲା । ଅଭୂତ ବିରଳ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଟିକ ନଥିବାରୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଶିଶୁଟିର ଫୋଟ ମୋବାଇଲରୁ ମୋବାଇଲକୁ ଭାଇରଲ ହେବାପରେ ତାକୁ ଦେଖିବାପାଇଁ ମେଡିକାଲରେ ଲୋକଙ୍କ ଭିଡ଼ ଲାଗିଥିଲା ।