ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ବିରୋଧରେ ପଥର ଖାଦାନ ଟେଣ୍ଡରରେ ଅନିୟମିତତା ସହ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଡ଼ିକୁ ଛାଡି ସେ ଅନ୍ୟ ଏକ ଗାଡ଼ି ବ୍ୟବହାର କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା । ଜିଲ୍ଲାରେ ଲଘୁ ଖଣିଜ ସମ୍ପର୍କିତ ଟେଣ୍ଡର ସରିବା ପରେ ଜିଲ୍ଲାପାଳ ଟେଣ୍ଡର ବକ୍ସକୁ ନିଜ ବାସଭବନକୁ ନେଇଯାଇଥିଲେ । ପରେ ସେ ଛୁଟିରେ ଯିବେ ବୋଲି ଟେଣ୍ଡର କ୍ଲୋଜିଂର ତିନିଦିନ ପରେ ଟେଣ୍ଡର ବକ୍ସକୁ ଟ୍ରେଜେରି ଅଫିସରେ ଦାଖଲ କରିଥିଲେ । ଏହାକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରଶ୍ନ ଉଠାଇଥିଲେ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ ବିଜୟଙ୍କୁ ପ୍ରାଣୀ ବିଭାଗ ନିର୍ଦେଶକ ଭାବେ ବଦଳି କରି ତାଙ୍କ ସ୍ଥାନରେ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଥିବା ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.